ମଝି ସିଟ୍ ଖାଲି ରଖ ନେହେଲେ ଯାତ୍ରୀଙ୍କୁ ‘ରା଼ପ ଆରାଉଣ୍ଡ ଗାଉନ’ ଦିଅ; ଏୟାରଲାଇନସକୁ କହିଲା ଡିଜିସିଏ

ନୂଆଦିଲ୍ଲୀ: କରୋନାଭାଇରସର ଦ୍ରୁତ ସଂକ୍ରମଣ ପ୍ରତିରୋଧ କରିବାକୁ ସାମାଜିକ ଦୂରତ୍ୱ ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ସମସ୍ତ ଏୟାରଲାଇନ୍ ଏବଂ ବିମାନବନ୍ଦରଙ୍କୁ କହିଛି । ପ୍ରତିଷେଧମୂଳକ ବ୍ୟବସ୍ଥା ମଧ୍ୟରୁ ଗୋଟିଏ ହେଉଛି ଯାତ୍ରୀମାନଙ୍କ ମଧ୍ୟରେ ବ୍ୟବଧାନ ରଖିବାକୁ ବିମାନର ମଝି ସିଟଗୁଡ଼ିକୁ ଖାଲି ରଖାଯିବ। ସୁପ୍ରିମକୋର୍ଟର ନିର୍ଦେଶ ପରେ ଆଜି ଡିଜିସିଏ ଏଭଳି ନିଷ୍ପତି ନେଇଛି |

ଯଦି ଅଧିକ ଯାତ୍ରୀ ଭାର ହେତୁ ଜଣେ ଯାତ୍ରୀଙ୍କୁ ମଝି ସିଟ୍ ଦିଆଯାଉଛି, ତେବେ ତାକୁ ତିନି ସ୍ତରୀୟ ଫେସ ମାସ୍କ ସହ ରାପ୍ ଗାଉନ୍ ପରି ଅତିରିକ୍ତ ପ୍ରତିରକ୍ଷା ଉପକରଣ ଯୋଗାଇ ଦିଆଯିବା ଉଚିତ୍। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ବିମାନ କମ୍ପନୀ ମଝି ସିଟ ଖାଲି ରଖିବାକୁ ଯେତେ ସମ୍ଭବ ଚେଷ୍ଟା କରିବା ଉଚିତ ବୋଲି ଆଜି ଡିଜିସିଏ କହିଛି | ବିମାନରେ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ଏବଂ ଭୟଙ୍କର କରୋନାଭାଇରସ୍ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ବିମାନରେ ମଝି ସିଟ ଖାଲି ରଖିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିବା ପରେ ଆଜି ତୁରନ୍ତ ଏହି ନିର୍ଦେଶ ଦେଇଛି ଡିଜିସିଏ ।

Keep middle seats vacant to extent possible: DGCA to airlines
The Tribune

ସୂଚନା ମୁତାବକ, ମେ ୨୫ରେ ଘରୋଇ ବିମାନ ସେବା ଆରମ୍ଭ ହେବା ପରେ ପରେ ଏକ ଜରୁରୀ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ, ସରକାର ଏବଂ ଡିଜିସିଏ “ବାଣିଜ୍ୟିକ ବିମାନ ସେବାଗୁଡିକର ସ୍ୱାସ୍ଥ୍ୟ ବିଷୟରେ ନୁହେଁ, ନାଗରିକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ଉଚିତ୍”। ଏହା ସହ ବିମାନରେ ମଝି ସିଟ ଖାଲି ରଖିବାକୁ ଆଦେଶ ଦେଇଥିଲେ |

ସମ୍ବନ୍ଧିତ ଖବର