ହାଇଦ୍ରାବାଦ: ଆତ୍ମସମର୍ପଣ କଲେ ୨୫ ହଜାର ଟଙ୍କା ପାଇଲେ। ହିଂସାର ବାଟ ଛାଡି ଶାନ୍ତିର ବାଟ ବାଛିଥିବାରୁ ପୁରସ୍କାର ଦେଲା ପୋଲିସ । ଆତ୍ମସମର୍ପଣ କରିଥିବା ପ୍ରତି ମାଓବାଦୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଏଥିସହ ମାଓବାଦୀଙ୍କୁ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପୋଲିସ ।
ତେବେ ଆଜି ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି ।ଏବଂ ୬୬ ଜଣ ପୁରୁଷ ଅଛନ୍ତି । ସମସ୍ତ ମାଓବାଦୀ ବିଜାପୁର ଏବଂ ସୁକମା ଅଞ୍ଚଳର ।
ତେବେ ଜଙ୍ଗଲରେ ଏଭଲି ହିଂସ୍ର ଜୀବନ ଛାଡି ସେମାନେ ସେମାନଙ୍କ ପରିବାର ସହ ବାକି ତକ ଜୀବନ ବିତାଇବାକୁ ଆତ୍ମସମର୍ପଣ କରିଥିବା ସେମାନେ କହିଥିବା ବେଳେ ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ସାରିଛନ୍ତି ।
ତେବେ ଗତ ୪ ମାସ ଭିତରେ ତେଲେଙ୍ଗାନା ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ପୋଲିସ ପାଖରେ ମୋଟ ୨୦୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୬୬ ଜଣଙ୍କୁ ଗିରଫ କରାଯାଇଛି । ଏବଂ ସମସ୍ତ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହୋଇ ଭାରତକୁ ନକ୍ସଲ ମୁକ୍ତ କରିବାକୁ ଆହ୍ୱାନ ଦିଆଯାଇଛି ।