ତେହେରାନ୍: ସେପ୍ଟେମ୍ବର ଶେଷରେ ଯେତେବେଳେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ଇରାନର ବଳିଷ୍ଠ ସଂଗଠନ ହେଜବୁଲ୍ଲାର ତତ୍କାଳୀନ ମୁଖ୍ୟ ହାସନ ନସରୁଲ୍ଲାଙ୍କୁ ହତ୍ୟା କରାଯାଇଥିଲା, ସେତେବେଳେ ଏହା ତେହେରାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଇଥିଲା।
ଦୁଇମାସ ପରେ ଏବେ ଇରାନର ପ୍ରମୁଖ ସହଯୋଗୀ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡି ପଳାଇଛନ୍ତି। ଅସଦ ଶାସନର ପତନ ପରେ ଇରାନର ପ୍ରତିରୋଧ ସାମ୍ମୁଖ୍ୟ ବିଚ୍ଛିନ୍ନ ହୋଇଛି। ସିରିଆର ପତନ ପରେ ଏବେ ଇରାନରେ ଆୟୋତୋଲ୍ଲା ଖାମେନିଙ୍କ ସହିତ ସମାନ ଘଟଣା ଘଟିବ କି ବୋଲି ଅନ୍ତର୍ଜାତୀୟସ୍ତରରେ ଆଲୋଚନା ତୀବ୍ର ହୋଇଛି।
ଜେରୁଜେଲମ୍ ପୋଷ୍ଟ ଏହାର ରିପୋର୍ଟରେ ବିଶ୍ଳେଷକଙ୍କ ମତାମତ ଆଧାରରେ କହିଛି ଯେ, ଅସଦଙ୍କ ଶାସନର ପତନ ପରେ ଯେଉଁମାନେ ଅଧିକ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଇରାନ ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନରେ ଲେବାନନର ହେଜବୁଲ୍ଲା ରହିଛି। ବଶର ଅଲ-ଅସଦଙ୍କୁ ରୁଷିଆ ମଧ୍ୟ ସମର୍ଥନ ଦେଉଥିଲା, କିନ୍ତୁ ସିରିଆରେ ଏହାର ପୁଞ୍ଜି ବିନିଯୋଗ ଇରାନ ଭଳି ନ ଥିଲା।
ଅସଦଙ୍କ ପତନ ଇରାନକୁ ଚକିତ କରିଛି। ଅସଦଙ୍କ ପତନ ଏହି ପ୍ରତିରୋଧର ମେଣ୍ଟକୁ ଦୁର୍ବଳ କରିଛି। ଯାହା ଦ୍ବାରା ଇରାନ ଏହି ଅଞ୍ଚଳରେ ଇସ୍ରାଏଲ୍ ଏବଂ ଆମେରିକାର ପ୍ରଭାବକୁ ପ୍ରତିରୋଧ କରିବାକୁ ସକ୍ଷମ ହୋଇପାରୁ ନାହିଁ। ଅସଦ ଶାସନ ଶେଷ ହେବା ପରେ ଏହି ପ୍ରତିରୋଧର ମେଣ୍ଟ ଭୁଶୁଡି ପଡିଛି। ଯଦିଓ ୟେମେନର ହୁତି ଏବଂ ଇରାକର ଉଗ୍ରବାଦୀମାନେ ଏବେ ମଧ୍ୟ ରହିଛନ୍ତି। କିନ୍ତୁ ଇରାନର ଶକ୍ତିଶାଳୀ ପ୍ରକ୍ସି ନେଟୱାର୍କ ପୂର୍ବପରି ଆଉ ସଶକ୍ତ ନାହିଁ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।
ଅସଦଙ୍କ ପତନ କେବଳ ଇରାନ ପାଇଁ ରଣନୀତିକ ଝଟକା ନୁହେଁ। ଘରୋଇସ୍ତରରେ ଏହା ମଧ୍ୟ ଏକ ବଡ଼ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି। ଅସଦଙ୍କ ଶାସନ ପରି ଆୟତୋଲ୍ଲା ଅଲି ଖାମେନିଙ୍କ ନିଷ୍ଠୁର ନିୟମ ବିରୁଦ୍ଧରେ ଇରାନରେ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ଇରାନରେ ସିରିଆ ଭଳି ସମାନ ଘଟଣା ଘଟିବା ଶୀଘ୍ର ହେବ ନାହିଁ ବୋଲି ଅନୁମାନ କରାଯାଉଛି।
ଇରାନର ଏକ ଶକ୍ତିଶାଳୀ ସେନା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀ ଅଛି। ଦେଶରେ ବିରୋଧୀଙ୍କ ସ୍ଥିତି ଖଣ୍ଡବିଖଣ୍ଡିତ ଏବଂ ନେତୃତ୍ୱର ଅଭାବ ରହିଛି। କିନ୍ତୁ ସିରିଆର ଘଟଣା ଇରାନରେ ବିରୋଧୀ ଦଳର ମନୋବଳ ବୃଦ୍ଧି କରିବ ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ: ମହିଳାଙ୍କ ରାଲିକୁ ନେଇ ନୀତୀଶଙ୍କୁ ଆକ୍ଷେପ କରି ଏପରି କହିଲେ ଲାଲୁ
ଇରାନରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅସଦଙ୍କ ପତନ ଏକ ଶକ୍ତିଶାଳୀ ପ୍ରେରଣା ଭାବରେ କାର୍ଯ୍ୟ କରିପାରିବ। ଯଦି ଅସଦ ଶାସନକୁ ହଟାଇ ଦିଆଯାଇଛି, ତେବେ ଖାମେନିଙ୍କୁ ମଧ୍ୟ ହଟାଇ ଦିଆଯାଇପାରିବ ବୋଲି ବିରୋଧିଙ୍କ ମଧ୍ୟରେ ଚିନ୍ତାଧାରା ଆସିବା ସ୍ବାଭାବିକ। ଗତ ୧୦ଦିନ ମଧ୍ୟରେ ସିରିଆରେ ଘଟିଥିବା ଘଟଣା ସେମାନଙ୍କୁ ନୂଆ ଆଶା ଦେଇପାରେ। ଏଥିସହ, ଏକ ମାସ ତଳେ ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାକୁ ଫେରିବା ଇରାନ ସରକାରଙ୍କ ପାଇଁ ଘରୋଇ ପରିସ୍ଥିତିକୁ ଜଟିଳ କରିପାରେ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବ କଂଗ୍ରେସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)