ମସ୍କୋ: ସିରିଆରୁ ବଶର ଅଲ-ଅସଦଙ୍କ ଶାସନ ପତନ ପରେ ରୁଷିଆ ନିଜର ସାମରିକ ବେସ୍ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଆଫ୍ରିକାର ଅନ୍ୟ ଦେଶରେ ରୁଷିଆର ସୈନ୍ୟମାନେ ବର୍ତ୍ତମାନ ସେମାନଙ୍କର ଉପସ୍ଥିତି ବୃଦ୍ଧି କରୁଛନ୍ତି।

Advertisment

ରୁଷିଆର ସାମରିକ ଉପସ୍ଥିତି ବୃଦ୍ଧି ପାଉଥିବା ଦେଶର ନାମ ହେଉଛି ଲିବିୟା। ଏହା ଆଫ୍ରିକାର ଏକ ଦେଶ, ଯାହା ପୂର୍ବରୁ ମୁଅମ୍ମର ଗଦାଫିଙ୍କ ଦ୍ୱାରା ଶାସିତ ହେଉଥିଲା। ଗଦାଫି ସହିତ ରୁଷିଆର ସମ୍ପର୍କ ଅତ୍ୟନ୍ତ ମଜବୁତ ଥିଲା, କିନ୍ତୁ ତାଙ୍କ ପରାଜୟ ଏବଂ ହତ୍ୟା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଏହା ସତ୍ତ୍ୱେ ରୁଷିଆ ଲିବିୟାରେ ନିଜର ସାମରିକ ଭିତ୍ତିଭୂମି ବଜାୟ ରଖିଥିଲା।

ଯଦିଓ ରୁଷିଆ ଲିବିୟାରେ ଏକ ବଡ଼ ସାମରିକ ବେସ୍ ନିର୍ମାଣ କରିବାକୁ ଚେଷ୍ଟା କରୁଛି। ତଥାପି ସିରିଆରେ ଏହାର ଦୁଇଟି ସାମରିକ ବେସ୍ ଖାଲି କରୁଛି ବୋଲି କୌଣସି ସଠିକ୍ ସୂଚନା ନାହିଁ ବୋଲି କୁହାଯାଉଛି।

ସିରିଆ ଗୃହଯୁଦ୍ଧରେ ସହାୟତା ବଦଳରେ ବଶର ଅଲ-ଅସଦ ରୁଷିଆକୁ ୪୯ବର୍ଷ ମାଗଣା ଲିଜରେ ଦୁଇଟି ସାମରିକ ବେସ୍ ଦେଇଥିଲେ। ଦୀର୍ଘ ଦଶନ୍ଧି ଧରି ସିରିଆ ପଶ୍ଚିମ ଏସିଆ ଏବଂ ଆଫ୍ରିକାରେ ରୁଷିଆର କମାଣ୍ଡ ସେଣ୍ଟର ରହିଛି। ସିରିଆର ପଶ୍ଚିମରେ ଥିବା ଟାର୍ଟସ୍ ଏବଂ ଲାଟାକିଆରେ ଏହାର ଦୁଇଟି ସାମରିକ ବେସ୍ ମାଧ୍ୟମରେ ରୁଷିଆ  ସିରିଆ ଗୃହଯୁଦ୍ଧରେ ବଶର ଅଲ-ଅସଦଙ୍କୁ ସମର୍ଥନ କରିଥିଲା ଏବଂ ଏହି ଅଞ୍ଚଳରେ ନିଜର ସାମରିକ ଉପସ୍ଥିତି ମଧ୍ୟ ବଜାୟ ରଖିଥିଲା।

ଟାର୍ଟସ୍ ନୌସେନା ବେସ୍ ନାଟୋର ଦକ୍ଷିଣ ପାଶ୍ୱର୍ରେ ରୁଷିଆର ସାମରିକ ଉପସ୍ଥିତି ବଜାୟ ରଖିଛି ଏବଂ ପଶ୍ଚିମ ଏସିଆ ଏବଂ ୟୁକ୍ରେନ୍ ମଧ୍ୟରେ କୃଷ୍ଣସାଗର ଏବଂ ଭୂମଧ୍ୟସାଗର ଦେଇ ଏକ ସଂଯୋଗ ସ୍ଥାପନ କରିଛି।

ରୁଷିଆ ସିରିଆରୁ ନିଜର ସୈନ୍ୟ ଏବଂ ସାମରିକ ଉପକରଣ ପ୍ରତ୍ୟାହାର କରିବା ଆରମ୍ଭ କରୁଥିବା ସହିତ ଏକ ନୂତନ ହବ୍ ଭାବରେ ଲିବିୟା ଉପରେ ନଜର ରଖିଥିବା କୁହାଯାଉଛି। ଅସଦଙ୍କ ଶାସନ କାଳରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସିରିଆରେ ନିଜର ନିୟନ୍ତ୍ରଣ ପୁଣି  କରିପାରିବ ନାହିଁ। ରୁଷିଆ ଲିବିୟାର ଏକ ବନ୍ଦର କିମ୍ବା ଏକ ବୃହତ ସାମରିକ ବେସ୍ ହାସଲ କରିପାରିଲେ,  ସରିଆ କ୍ଷତିର ଭରଣା କରି ପାରିବ ବୋଲି କୁହାଯାଉଛି।

ଅସଦ ସିରିଆରୁ ପଳାୟନ କରିବା ଦ୍ବାରା ରୁଷିଆର କ୍ଷତି ହୋଇଛି। ଏହାର କାରଣ ହେଉଛି ୨୦୧୫ରେ ଆରମ୍ଭ ହୋଇଥିବା ସିରିଆ ଗୃହଯୁଦ୍ଧରେ ରୁଷିଆର ସାମରିକ ହସ୍ତକ୍ଷେପ ଅସଦଙ୍କ ଶାସନକୁ ସମର୍ଥନ କରିଥିଲା। ଅସଦଙ୍କ ସ୍ଥିତି ଯୋଗୁ ୟୁକ୍ରେନରେ ରୁଷିଆ କ୍ଷମତାକୁ ହ୍ରାସ ପାଇଛି। ସିରିଆର ଅନ୍ୟ ପ୍ରମୁଖ ସହଯୋଗୀ ଇରାନ ମଧ୍ୟ ରୁଷିଆକୁ ସାହାଯ୍ୟ କରିବାରେ ଅସମର୍ଥ ହୋଇଛି। ଏଭଳି ପରିସ୍ଥିତିରେ ହାୟାତ୍ ତାହିର ଅଲ-ଶାମ (ଏଚଟିଏସ) ନେତୃତ୍ୱରେ ବିରୋଧୀ ଦଳ ଏହି ସ୍ଥିତିର ସୁଯୋଗ ନେଇଥିଲେ।

ପ୍ରତିରକ୍ଷା ୱେବସାଇଟ୍ ଦି ୱାର‌ଜୋନ (ଟିଡବ୍ଲୁଜେଡ) ଅନୁଯାୟୀ, ବର୍ତ୍ତମାନ ସିରିଆରୁ ରୁଷିଆର ସାମରିକ ପ୍ରତ୍ୟାହାରକୁ ଲିବିୟା ସମର୍ଥନ କରୁଥିବା ପ୍ରମାଣ ମିଳିଛି। ଟିଡବ୍ଲୁଜେଡ ରିପୋର୍ଟ କରିଛି ଯେ, ରୁଷିଆ ଟାର୍ଟସରେ ଥିବା ନୌସେନା ବେସ୍‌ରୁ ଲିବିୟାକୁ ନୌସେନାର ସମ୍ପତ୍ତି ସ୍ଥାନାନ୍ତର କରିଛି। ଲିବିୟାର ଜାତୀୟ ସେନା (ଏଳଏନଏ) ମୁଖ୍ୟ ଖଲିଫା ହାଫ୍ଟରଙ୍କୁ ଲିବିଆର ବେଙ୍ଗହାଜିର ଏକ ବନ୍ଦରକୁ ରୁଷିଆକୁ ହସ୍ତାନ୍ତର କରିବାକୁ ଚେଷ୍ଟା କରୁଥିବା ରିପୋର୍ଟ ମଧ୍ୟ କରିଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ପୁଣି ଦୁଇଭାଗ ହେବ!: ୧୯୭୧ ଯୁଦ୍ଧକୁ ମନେ ପକାଇଲେ ବିଶେଷଜ୍ଞ

ସାମରିକ ବିଶେଷଜ୍ଞ ଥୋମାସ୍ ନ୍ୟୁଡିକ୍‌ଙ୍କ ଅନୁସାରେ ରୁଷିଆ ପାଇଁ ଏହା କରିବା ବୁଦ୍ଧିମାନ ହେବ କାରଣ ଟାର୍ଟସରେ ବନ୍ଦରର କ୍ଷତିପୂରଣ ଏହା ଦ୍ବାରା ଭରଣା ହେବ।  ଯଦି ରୁଷିଆ ଏହି ବନ୍ଦର ହାସଲ କରିବାରେ ସଫଳ ହୁଏ, ତେବେ ଭୂମଧ୍ୟସାଗରରେ ପ୍ରବେଶ ତଥା ରୁଷିଆର ସୈନ୍ୟମାନଙ୍କ ପାଇଁ ଲିବିୟା ଏକ ବିକଳ୍ପ ହବ୍ ହୋଇପାରିବ ଏବଂ ଆଫ୍ରିକାର ଅନ୍ୟ ଅଞ୍ଚଳକୁ ରୁଷିଆ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରିପାରିବ।

ଟିଡବ୍ଲୁଜେଡ ରିପୋର୍ଟ କରିଛି,  ଗୋଟିଏ ସିରିଆ ଇଲ୍ -୭୬ କେନଡ୍ କାର୍ଗୋ ବିମାନ ସିରିଆ ଏବଂ ଲିବିୟା ତଥା ଆଫ୍ରିକାର ଅନ୍ୟାନ୍ୟ ସ୍ଥାନ ମଧ୍ୟରେ ବାରମ୍ବାର ଉଡ଼ାଣ କରୁଛି। ଏହା ସ୍ପଷ୍ଟ ହୋଇଛି ଯେ, ଏହି ସ୍ଥାନକୁ ରୁଷିଆ ଯନ୍ତ୍ରପାତି ଏବଂ କର୍ମଚାରୀ ସ୍ଥାନାନ୍ତର କରୁଛି।

ଅଧିକ ପଢ଼ନ୍ତୁ: ତୈଳଭଣ୍ଡାର ପାଇଁ ଯୁଦ୍ଧ: ଆମେରିକାକୁ ଖାତିର ନ କରି ଏର୍ଦୋଗନଙ୍କ ଆକ୍ରମଣ ଯୋଜନା