ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇବା ଉଚିତ୍ କି? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ଆଜି ଭାରତରେ କରୋନା ଟିକାକରଣର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧାମାନଙ୍କୁ ଦିଆଯାଉଛି ଟିକା । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସାଧାରଣ ଲୋକଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ହେଲେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ମଦ ପିଇବା ଉପରେ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ହେଲେ ବିଶ୍ୱର ଅନ୍ୟ ବିଶେଷଜ୍ଞମାନେ ଟିକା ନେବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

କରୋନା ଟିକା ନେବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ କହିଛନ୍ତି । ଯେମିତି କି ମଦ ଠାରୁ ଦୂରେଇ ରହିବା । କାରଣ ମଦ ମଣିଷ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ କୁପ୍ରଭାବ ପକାଇବା ସହ ସଂକ୍ରମଣ ରୋକିବାରେ ବାଧା ସୃଷ୍ଟି କରିଥାଏ । କରୋନା ଟିକା ମୁଖ୍ୟତଃ ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା କ୍ଷେତ୍ରରେ କାମ କରୁଥିବାରୁ ଟିକା ନେବାର ଗୋଟିଏ ସପ୍ତାହ ପୂର୍ବରୁ ଓ ଟିକାର ୨ ଟି ଡୋଜ ସରିବାର ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମଦ ନ ପିଇବାକୁ ବିଶେଷଜ୍ଞମାନେ କହିଛନ୍ତି ।

SA to host virtual wine trade mission | Skills Portal
The Skills Portal

ଏନେଇ ଅଲଗା ଅଲଗା ବିଶେଷଜ୍ଞମାନଙ୍କର ଅଲଗା ଅଲଗା ମତ ରହିଛି । ଯେମିତିକି ସ୍ପୁଟନିକ୍ ଟିକା ପ୍ରସ୍ତୁତ କରିବାରେ ସହାୟତା କରୁଥିବା ଜଣେ ବିଶେଷଜ୍ଞ କହିଛନ୍ତି କି, ଟିକା ନେବାର ୨ ସପ୍ତାହ ପୂର୍ବରୁ ଓ ଟିକା ନେବାର ୬ ସପ୍ତାହ ପର୍ଯ୍ୟନ୍ତ ମଦ ପିଇବା ଉଚିତ୍ ନୁହେଁ । ସେହିଭଳି ଟିକା ପ୍ରସ୍ତୁତ କରୁଥିବା ଡାକ୍ତର ଆଲେକଜାଣ୍ଡର ଗିଣ୍ଟବର୍ଗ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ, ଟିକା ନେବାର ୩ ଦିନ ପୂର୍ବରୁ ଓ ଟିକା ନେବାର ୩ ଦିନ ପର୍ଯ୍ୟନ୍ତ ମଦକୁ ନେଇ ସାବଧାନ ରହିବା ଜରୁରୀ । ସେହିଭଳି ଆମେରିକାର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ଟିକା ନେବାର ଗୋଟିଏ ଦିନ ଆଗରୁ ଓ ଟିକା ନେବାର ଗୋଟିଏ ଦିନ ପରେ ଜଣେ ମଦ୍ୟପାନ କରିପାରିବ । ଅନ୍ୟ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣ ସନ୍ତୁଳିତ ଭାବେ ମଦ ପିଉଛନ୍ତି ତେବେ କେବଳ ଟିକା ନେବା ଦିନ ଏଥିରୁ ବିରତ ରୁହନ୍ତୁ । ଯଦି ଆପଣ ପ୍ରଚୁର ମଦ ପିଉଛନ୍ତି ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ସମ୍ବନ୍ଧିତ ଖବର