ତାଲିବାନ୍‌ କ୍ଷମତାସୀନ ହେବା ପରେ ଆଫଗାନ୍‌ ଝିଅ ଓ ପୁଅମାନେ ବିଶ୍ବବିଦ୍ୟାଳୟର ପୃଥକ୍‌ ଶ୍ରେଣୀଗୃହରେ ପଢ଼ିବେ: ରିପୋର୍ଟ

ନୂଆଦିଲ୍ଲୀ: ତାଲିବାନ୍‌ ଶାସନାଧୀନ ଆଫଗାନିସ୍ତାନ ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଫଗାନ୍‌ ଝିଅ ଏବଂ ପୁଅମାନେ ପୃଥକ୍‌ ଶ୍ରେଣୀଗୃହରେ ଅଧ୍ୟୟନ କରିବେ ବୋଲି ତାଲିବାନ୍‌ ଉଚ୍ଚଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟକାରୀ ମୁଖ୍ୟ ଅବ୍‌ଦୁଲ୍‌ ବାକ୍ବି ହକ୍କାନି କହିଥିବା ଶୁଣାଯାଉଛି।

‘ଖାମ ନିଉଜ୍’ କରିଥିବା ରିପୋର୍ଟ ଅନୁସାରେ, ସେ କହିଛନ୍ତି କି, ନୂତନ ବ୍ୟବସ୍ଥା ଅନୁସାରେ, ଶିକ୍ଷା ଲାଗି ଝିଅମାନଙ୍କର ଅଧିକାର ରହିବ। କିନ୍ତୁ, ସେମାନେ ଏକା ଶ୍ରେଣୀଗୃହରେ ପୁଅମାନଙ୍କ ସହିତ ବସି ପଢ଼ି ପାରିବେ ନାହିଁ।

Image Courtesy of Time Magazine

ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ବବିଦ୍ୟାଳୟଗୁଡ଼ିକରେ ଝିଅ ଓ ପୁଅମାନେ ଆଉ ଏକତ୍ର ଅଧ୍ୟୟନ କରିପାରିବେ ନାହିଁ। ଇସ୍‌ଲାମୀୟ ଆଇନ ଅନୁସାରେ ସେମାନେ ପୃଥକ୍‌ ଶ୍ରେଣୀଗୃହରେ ଅଧ୍ୟୟନ କରିବେ।

ଦେଶର ସରକାରୀ ଏବଂ ବେସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକର କର୍ମଚାରୀମାନଙ୍କର ବୈଠକରେ ହକ୍କାନି ଉପରୋକ୍ତ ବିବୃତି ଦେଇଛନ୍ତି।

Image Courtesy of India Today

ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଗୁରୁତ୍ବାରୋପ କରି ସେ ସବୁର ପ୍ରତିକାର ନିମନ୍ତେ ବେସରକାରୀ ବିଶ୍ବବିଦ୍ୟାଳୟ ସଂଘ ତାଲିବାନ୍ ଉଚ୍ଚଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ନିକଟରେ ନିବେଦନ କରିଥିଲେ। ସେମାନଙ୍କର ସମସ୍ୟା ହେଲା, ସ୍ବଳ୍ପସଂଖ୍ୟକ ଛାତ୍ରୀ ନାମ ଲେଖାଉଥିବାରୁ ବେସରକାରୀ ବିଶ୍ବବିଦ୍ୟାଳୟରେ ସେମାନଙ୍କ ଲାଗି ପୃଥକ୍‌ ଶ୍ରେଣୀଗୃହ ବ୍ୟବସ୍ଥା କରିବା ସମ୍ଭବପର ନୁହେଁ।

 

ସମ୍ବନ୍ଧିତ ଖବର