ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାଗପୁର-ଦିଲ୍ଲୀ ଇଣ୍ଡିଗୋ ବିମାନ ଫେରିଲା, ବିମାନରେ ଥିଲେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ

ନାଗପୁର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନାଗପୁର-ଦିଲ୍ଲୀ ଇଣ୍ଡିଗୋ ବିମାନ ଫେରିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାର ଲାଇନ୍ସର 6E 636 ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହା ଫଳରେ ଏହାକୁ ରନୱେରେ ଅଟକାଯାଇଥିଲା ବୋଲି ଖବର ମିଳିଛି । ଏହି ବିମାନରେ ବହୁ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଅନ୍ୟତମ । ସେ ନାଗପୁରରୁ ନୂଆଦିଲ୍ଲୀ ଆସୁଥିବାର ଜଣାପଡ଼ିଛି ।

नागपुर से दिल्ली आ रही इंडिगो फ्लाइट में खराबी, नितिन गडकरी भी थे सवार
photo-news18

ସୂଚନାନୁଯାୟୀ, ଇଣ୍ଡିଗୋ ଏୟାର ଲାଇନ୍ସର 6E 636 ବିମାନ ଉଡାଣ ପାଇଁ ପ୍ରସ୍ତୁତ ଥିଲା । ଏହା ଉଡାଣ ଭରିବାକୁ ରନୱେ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏହାପରେ ପାଇଲଟ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଥିବା ଜାଣିପାରିଥିଲେ । ତାପରେ ସେ କାଳ ବିଳମ୍ବ ନ କରି ବିମାନକୁ ଟ୍ୟାକ୍ସିୱେରେ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଯାନ୍ତ୍ରିକ ତ୍ରୁଟି ବିଷୟରେ ଆଗରୁ ଜଣା ପଡ଼ିଥିବାରୁ ଏକ ବଡ଼ ଧରଣର ନିଶ୍ଚିତ ଦୁର୍ଘଟଣାରୁ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର