ବୁଲେଟ ଟ୍ରେନ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ ଟ୍ରେନ୍, ଘଣ୍ଟା ପ୍ରତି ବେଗ ୫୦୦ରୁ ୮୦୦କିମି

ନୂଆଦିଲ୍ଲୀ: ବୁଲେଟ୍ ଟ୍ରେନ୍ ପରେ ମୋଦୀ ସରକାର ଆଣିବାକୁ ଯାଉଛନ୍ତି ମ୍ୟାଗଲୋବ୍ ଟ୍ରେନ୍ । ଏଥିପାଇଁ ଭାରତୀୟ କମ୍ପାନୀ ଭେଲ୍ , ସ୍ୱିସ୍ ରାପିଡେ ଏଜି ସହିତ ଚୁକ୍ତି କରିଛି । ଏହି ଟ୍ରେନ୍ ଅଧଘଣ୍ଟାରେ ମୁମ୍ୱାଇରୁ ଚଣ୍ଡିଗଡ଼ ପହଞ୍ଚିବ । ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ ଏହି ଟ୍ରେନ୍ ।  ଭାରତ ହେଭି ଇଲେକ୍ଟ୍ରିକ୍ ଲିମିଟେଡ୍, ଭେଲ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ମ୍ୟାଗଲୋବ୍ ଟ୍ରେନ୍ ଚୁମ୍ୱକୀୟ ଶକ୍ତି ସହାୟତାରେ ଚାଲିବ । ଏହା ଟ୍ରେନ୍ ଟିକୁ ଚୁମ୍ୱକୀୟ ଶକ୍ତି ସହାୟତାରେ ଉପରକୁ ଉଠାଇ ଆଗକୁ ଯିବାରେ ସହାୟତା କରିବ । ମ୍ୟାଗ୍ନେଟିକ୍ ଲେଭିଟେସନ୍ ସହାୟତାରେ ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପିପିପି ମୋଡରେ ମ୍ୟାଗ୍ନେଟ୍ ଟ୍ରେନ୍ ସିଷ୍ଟମର ଯୋଜନା ତିଆରି କରିଛନ୍ତି ।

ଏହି ଟ୍ରେନର ରେଳ ଧାରଣା ସହିତ କୌଣସି ସିଧା ସଂପର୍କ ରହିବ ନାହିଁ । ତେଣୁ ଏଥିରେ ଉର୍ଜା ବ୍ୟବହାର ମଧ୍ୟ କମ୍ ହେବ । ଏହି ଟ୍ରେନ୍ ଘଣ୍ଟା ପ୍ରତି ୫୦୦ରୁ ୮୦୦ କିମି ବେଗରେ ଚାଲିପାରିବ । ସୂତ୍ର ଅନୁସାରେ କେନ୍ଦ୍ର ସରକାର ବେଙ୍ଗାଲୁରୁ-ଚେନ୍ନାଇ, ହାଇଦ୍ରାବାଦ୍-ଚେନ୍ନାଇ, ଦିଲ୍ଲୀ-ଚଣ୍ଡିଗଡ଼ ଏବଂ ନାଗପୁର-ମୁମ୍ୱାଇ ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଇବାକୁ ଯୋଜନା ତିଆରି କରୁଛନ୍ତି । ସାରା ବିଶ୍ୱରେ ହାତ ଗଣତି ଦେଶ ଗୁଡିକ ପାଖରେ ମ୍ୟାଗଲୋବ୍ ଟ୍ରେନ୍ ର ବୈଷୟିକ ଜ୍ଞାନ ରହିଛି । ଏହି ଦେଶ ଗୁଡିକ ମଧ୍ୟରେ ରହିଛି ଜର୍ମାନୀ, ଚୀନ, ଜାପାନ, ଦକ୍ଷିଣ କୋରିଆ ଏବଂ ଆମେରିକା । ପ୍ରଥମେ ମ୍ୟାଗଲୋବ୍ ଚଳାଇବା ସ୍ୱପ୍ନ ଦେଖିଥିଲେ ଜର୍ମାନୀ, ଆମେରିକା ଓ ବ୍ରିଟେନ୍ ।

A Train as Fast as an Aeroplane - Maglev Train - Facts For Kids, Science - Kinooze
Kinooze

 

ତେବେ ବୈଷୟିକ ଜ୍ଞାନ ଓ ଏହାର ଖର୍ଚ୍ଚ ଦୃଷ୍ଟିରୁ ଏହାକୁ ପ୍ରଥମେ ସଫଳ କରିପାରିନଥିଲେ । ଚୀନ୍ ବର୍ତ୍ତମାନ ସାଂଘାଇ ସହରରୁ ସାଂଘାଇ ବିମାନବନ୍ଦର ମଧ୍ୟରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କରୁଛି । ଏହାର ଦୂରତା ପ୍ରାୟ ୩୮ କିମି ରହିଛି । ବର୍ତ୍ତମାନ ବିଶ୍ୱର ତିନୋଟି ରାଷ୍ଟ୍ର ଚୀନ , ଦକ୍ଷିଣ କୋରିଆ ଏବଂ ଜାପାନରେ ଏହି ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କରୁଛି । ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ନଜରରେ ରଖି ମୋଦୀ ସରକାର ଏହି ଚୁକ୍ତି କରିଛନ୍ତି । ଆଗକୁ ଭେଲ୍ ସ୍ୱିସ୍ ରାପିଡେ ଏଜି ସହିତ ମିଶି ଏହି ଯୋଜନାରେ କାମ କରିବ । ଗତ ୫୦ ବର୍ଷ ଧରି ଭେଲ୍ ଭାରତୀୟ ରେଳବାଇର ବିକାଶ ଦିଗରେ କାମ କରି ଆସୁଛି । ମ୍ୟାଗଲୋବ୍ ଟ୍ରେନ୍ ଚଳାଚଳ କଲେ ଭାରତୀୟ ରେଳ ଇତିହାସରେ ଏହା ନୂଆ ଫର୍ଦ୍ଦ ଯୋଡିବ ।

ସମ୍ବନ୍ଧିତ ଖବର