ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ପାର୍ବଣ ପରେ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଦେଶରେ ୨ ଲକ୍ଷରୁ ଅଧିକ ଆଇସିୟୁ ଶଯ୍ୟାକୁ କେବଳ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯିବାର ବ୍ୟବସ୍ଥା କରାଯାଉଛି। ଏଥିରୁ ପାଖାପାଖି ୫୦ ପ୍ରତିଶତ ଆଇସିୟୁ ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିବ।
ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯାଉଛି। ଏଥିରେ ଭେଣ୍ଟିଲେଟର ଥିବା ଆଇସିୟୁ ସଂଖ୍ୟାରେ ଅତିରିକ୍ତ ୪୦ ହଜାର ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ପ୍ରତ୍ୟେକ ଜିଲ୍ଲାରେ ଥିବା ମୁଖ୍ୟ ଡାକ୍ତରଖାନାକୁ ଅତିକମ୍ରେ ୫ଟିରୁ ଅଧିକ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଅନେକ ଡାକ୍ତରଖାନା ଏସବୁ ପାଇଲେଣି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଭେଣ୍ଟିଲେଟର ସୁବିଧା ଥିବା ଆଇସିୟୁ ଶଯ୍ୟାର ପରିଚାଳନା ନେଇ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀ ଏବଂ ଟେକ୍ସିସିଆନଙ୍କ ଅଭାବ ରହିଛି। କେନ୍ଦ୍ର ସରକାରଙ୍କୁ ଏଥିପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ଭେଣ୍ଟିଲେଟରର ଉପଲବ୍ଧତା ନେଇ କୌଣସି ଅସୁବିଧା ନାହିଁ।
ଦେଶରେ ଏହାର ଉତ୍ପାଦନ ହେବା ଦ୍ବାରା ଯୋଗାଣ ସମସ୍ୟା ଦୂର ହୋଇଛି। କିନ୍ତୁ ଏହାର ପରିଚାଳନା ପାଇଁ ତାଲିମପ୍ରାପ୍ତ ମାନବ ସମ୍ବଳର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଦ୍ବିତୀୟ ଲହର ବେଳର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସରକାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। କରୋନାରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୩ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି। କୋଭିଡ ରୋଗୀଙ୍କ ବ୍ୟତୀତ ଅଣ କୋଭିଡ ରୋଗୀଙ୍କ ପାଇଁ ୩୦ରୁ ୪୦ ହଜାର ପାଖାପାଖି ଆଇସିୟୁ ଶଯ୍ୟା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Katak-festival-Baliyatras-Croud-5-750x430.jpg)