ବେଙ୍ଗାଲୁରୁ: ଏକ ଅଭାବନୀୟ ଘଟଣାକ୍ରମରେ ବେଙ୍ଗାଲୁରୁର ବିଲେକାହାଲ୍ଲି ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ନିଜ ମା’ଙ୍କୁ ହତ୍ୟା କରି ତାଙ୍କ ଶବକୁ ସୁଟକେସ୍ରେ ପୂରାଇ ଥାନାରେ ପହଞ୍ଚିଛି। ଅଭିଯୁକ୍ତ ସେନାଲି ସେନ୍ (୩୫) ତାଙ୍କ ମା’ଙ୍କୁ ନିଦ ଔଷଧ ଦେଇଥିଲେ ଏବଂ ଏହାପରେ ମା’ର ତଣ୍ଟି ଚିପି ହତ୍ୟା କରିଥିଲେ। ସୋନାଲି ସେନ ଏବଂ ମା’ ବିଭା ପାଲ୍ ଏକାଠି ରହୁଥିଲେ। ସେମାନଙ୍କ ମଧ୍ୟରେ ଅନେକସମୟରେ ବଚସା ହୋଇଥାଏ। ପୁଲିସ ଅନୁଯାୟୀ, ବିଭା ପାଲ୍ ଏବଂ ତାଙ୍କ ଝିଅ ସୋନାଲିର ଶ୍ବଶୁର ଘର ଲୋକଙ୍କ ସହ ଅନେକ ସମୟରେ ବଚସା ହୋଇଥାଏ।
ଗତକାଲି ସେନାଲି ମା’ଙ୍କୁ ନିଦ ବଟିକା ଦେଇ ହିଁ ହତ୍ୟା କରିବାକୁ ଯୋଜନା କରିଥିଲା। ସେ ତାଙ୍କୁ ବଳପୂର୍ବକ ୨୦ଟି ନିଦ ବଟିକା ଖୁଆଇ ଦେବା ପରେ ହତ୍ୟା କରିଥିଲା। କୋଲକାତାର ସେନାଲି ଗତ ୬ ବର୍ଷ ହେବ ବେଙ୍ଗାଲୁରୁରେ ରହୁଥିଲା। ପୂର୍ବରୁ ସେ ଜଣେ ଫିଜିଓ ଥେରାପିଷ୍ଟ ଭାବେ କାର୍ଯ୍ୟ କରୁଥିଲା। ଗତ ୨ ବର୍ଷ ହେବ ସେନାଲି ପାଖରେ କୌଣସି ଚାକିରି ନଥିଲା ବୋଲି ଜଣାପଡ଼ିଛି।