ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗତକାଲି ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାପରେ ମଞ୍ଚରୁ ଓହ୍ଲାଇବାକୁ ବାଟ ଭୁଲିଯିବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ସାର୍ବଜନୀନ ମଞ୍ଚରେ ବାଇଡେନ ଏଭଳି ଅଡ଼ୁଆ ସ୍ଥିତିର ସମ୍ମୁଖୀନ ହେବା ପ୍ରଥମ ନଥିଲେ ମଧ୍ୟ ମଞ୍ଚରୁ ଓହ୍ଲାଇବାକୁ ରାସ୍ତା ଭୁଲିଯିବା ଘଟଣାକୁ ରିପବ୍ଲିକାନ ଦଳ ଏକ ପ୍ରସଙ୍ଗ କରିଛି ଏବଂ ବାଇଡେନଙ୍କ ସ୍ମରଣ ଶକ୍ତି ନେଇ ପ୍ରଶ୍ନ ଉଠାଇଛି। । ନ୍ୟୁୟର୍କରେ ‘ଦ ଗ୍ଲୋବାଲ ଫଣ୍ଡ୍’ର ସପ୍ତମ ସମ୍ମିଳନୀରେ ଉଦ୍ବୋଧନ ଦେବାପରେ ବାଇଡେନ ଆଉ ରାସ୍ତା ପାଇନଥିଲେ। ସେ ତାଙ୍କ ଦକ୍ଷିଣ ପଟେ ୪ ପାହୁଣ୍ଡ ଯାଇ ପୁଣି ପଛକୁ ଫେରିଲେ ଏବଂ ରାସ୍ତା କେଉଁଠି ଅଛି ଖୋଜିବାକୁ ଲାଗିଲେ। କିଛି ମାସ ତଳେ ବାଇଡେନ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାପରେ ଶୂନ୍ୟରେ ହ୍ୟାଣ୍ଡସେକ୍ କରୁଥିବା ଦେଖିବାକୁ ମିଳିଥିଲା ଏବଂ ଏହି ଘଟଣା ପରେ ତାଙ୍କର ସ୍ମୃତି ବିଭ୍ରାଟକୁ ନେଇ ବିରୋଧୀ ଦଳ ନେତାମାନେ କଟାକ୍ଷ କରିଥିଲେ। ତେବେ ୭୯ ବର୍ଷୀୟ ବାଇଡେନ ଶାରୀରିକ ଓ ମାନସିକ ଦୃଷ୍ଟିରୁ ସଂପୂର୍ଣ୍ଣ ସୁସ୍ଥ ବୋଲି ଡେମୋକ୍ରାଟିକ ଦଳ ନେତାମାନେ କହିଛନ୍ତି।
ଭାଷଣ ପରେ ମଞ୍ଚରୁ ଓହ୍ଲାଇବାକୁ ବାଟ ଭୁଲିଗଲେ ବାଇଡେନ
/sambad/media/post_attachments/wp-content/uploads/2022/08/Biden.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)