ନୂଆଦିଲ୍ଲୀ: ଏକ ଠକେଇ ମାମଲାରେ ଅଭିଯୁକ୍ତ ଥାଇ ଦୀର୍ଘ ୩ ବର୍ଷ କାଳ ଜେଲର କାଳ କଠୋରିରେ ବିତାଇବା ପରେ ୟୁନିଟେକ୍ର ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ଆଜି (ମଙ୍ଗଳବାର) ସୁପ୍ରିମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ସଞ୍ଜୟ ଚନ୍ଦ୍ରଙ୍କ ଉଭୟ ପିତା-ମାତା ଏବେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ସୁପ୍ରିମ୍ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନୋଏଡା ଏବଂ ଗୁରୁଗ୍ରାମରେ ଗୃହ ନିର୍ମାଣ ପ୍ରକଳ୍ପ ଜାଲିଆତିରେ ସଂପୃକ୍ତ ଥିବା ୟୁନିଟେକ୍ର ପ୍ରମୋଟର ସଞ୍ଜୟ ଓ ଅଜୟ ବିଗତ ତିନି ବର୍ଷ ଧରି ଜେଲରେ ଥିଲେ। ତେବେ, ପୂର୍ବରୁ ସଞ୍ଜୟଙ୍କ ମା’ ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଏବେ ତାଙ୍କର ୭୮ ବର୍ଷ ବୟସ୍କ ପିତା ମଧ୍ୟ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତିହେବା ପରେ ଉଭୟ ସଞ୍ଜୟ ଓ ଅଜୟ ଜାମିନ ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ।
/sambad/media/post_attachments/wp-content/uploads/2020/07/Sanjay-Chandra.jpg)
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ୍ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏମ୍ଆର ଶାହା ଏହି ଜାମିନ ଆବେଦନର ଶୁଣାଣି କରି ମାନବିକତା ଦୃଷ୍ଟିକୋଣରୁ ବଡ଼ଭାଇ ସଞ୍ଜୟଙ୍କର ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ସୁଦ୍ଧା ତାଙ୍କ ସାନଭାଇ ତଥା ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ଚନ୍ଦ୍ରଙ୍କର ଜାମିନକୁ ଖାରଜ କରି ଦେଇଛନ୍ତି।