ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ପରେ ଏବେ ଫଟୋ-ଭିଡିଓ ନେଟୱର୍କିଙ୍ଗ ସାଇଟ୍ ଇନଷ୍ଟଗ୍ରାମ ବି ଯାଂଚର ପରିସରକୁ ଆସିଛି । ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ୍ ଇନଷ୍ଟାଗ୍ରାମ ବିରୋଧରେ ମାମଲା ଦାଖଲ କରିଛି । କିଛିଦିନ ହେବ ଇନଷ୍ଟାଗ୍ରାମ ଉପରେ ଧାର୍ମିକ ଉନ୍ମାଦନା ଓ ସାଂପ୍ରଦାୟିକ ହିଂସାକୁ ଉସକାଇବା ଭଳି ଅଭିଯୋଗ ଆସୁଛି। ଏନେଇ ମଙ୍ଗଳବାର ଦିନ ମାମଲା ଦାଖଲ ହୋଇଛି । ଏହି ଅଭିଯୋଗରେ ଧାରା ୧୫୩-ଏ କଥା ବି କୁହାଯାଇଛି । ମାମଲା ଦାଖଲ ହେବା ପରେ ସ୍ପେଶାଲ ସେଲର ଟିମ୍ ଖୁବଶୀଘ୍ର ନୋଟିସ ପଠାଇ ଇନଷ୍ଟାଗ୍ରାମ ଆକାଉଣ୍ଟ ସହିତ ଯୋଡି ହୋଇଥିବା ଅଧିକାରୀମାନଙ୍କର ବୟାନ ଦାଖଲ କରିବ । ଏହାପରେ ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଅନ୍ୟପକ୍ଷରେ ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ସୋସିଆଲ ମିଡିଆର ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦ୍ର ସରକାର ଟ୍ୱିଟରକୁ ଆଇନଗତ ସୁରକ୍ଷାରୁ ବାଦ ଦେଇଛନ୍ତି । ଏବେ ସୋସିଆଲ ମିଡିଆ ଉପରେ ଦେଶ ବିରୋଧୀ ଗତିବିଧି, ଧାର୍ମିକ ହିଂସାକୁ ଉସୁକାଇବା ଭଳି ସଂଗୀନ ଅଭିଯୋଗ ଆସୁଛି । ଏନେଇ ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ମାମଲା ରୁଜୁ ହୋଇଛି । ଏସବୁକୁ ନଜରରେ ରଖି ଜୁନ ୧୮ ତାରିଖ ଦିନ ସଂସଦୀୟ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।
India Todayଏହି ବୈଠକରେ ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବାକୁ ସୋସିଆଲ ମିଡିଆ ସାଇଟ ଉପରେ କିଭଳି ପ୍ରତିବନ୍ଧକ ଲଗାଯାଇ ପାରିବ ଓ ସେନେଇ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଦୃଢ କରାଯିବ ସେ ନେଇ ଆଲୋଚନା ହେବ ବୋଲି କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/t-85.jpg)