ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୧୮ଟି ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ପାଇଁ ଯୋଗୀ ସରକାର ମଂଜୁରି ଦେଇଛନ୍ତି।। ଦୁଷ୍କର୍ମ ମାମଲାରେ ତ୍ବରିତ ବିଚାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ଫାଷ୍ଟ୍ ଟ୍ରାକ୍ କୋର୍ଟ ଗଠନକୁ ମଂଜୁରି ମିଳିଛି। କେବଳ ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ୧୪୪ ନିୟମିତ କୋର୍ଟ ଗଠନ ହେବ ଏବଂ ପୋକ୍ସ ଆଇନ ଅଧୀନରେ ଶିଶୁଙ୍କ ବିରୋଧରେ ବଢ଼ୁଥିବା ଅପରାଧ ମାମଲାର ଶୁଣାଣି ପାଇଁ ୭୪ କୋର୍ଟ ଗଠନ ହେବ। ପ୍ରତ୍ୟେକ କୋର୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟରେ ଏବେ ବିଭିନ୍ନ କୋର୍ଟରେ ୨୫,୭୪୯ ଦୁଷ୍କର୍ମ ମାମଲା ପଡ଼ି ରହିଛି। ତେବେ ଉନ୍ନାଓ ଘଟଣା ପରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ୨୧୮ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନକୁ ଅନୁମୋଦନ ଦେଇଛନ୍ତି। ଦେଶବ୍ୟାପୀ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଦୁଷ୍କର୍ମ ମାମଲାର ତ୍ବରିତ ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ହେବ। ଅନ୍ୟପକ୍ଷେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଯୋଗୀ ସରକାର ୭ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି। ଦାୟିତ୍ବରେ ଅବହେଳା ପାଇଁ ସେମାନଙ୍କୁ ନିଲମ୍ବନ କରାଯାଇଛି।
ଉନ୍ନାଓ ଘଟଣା ପରେ ୨୧୮ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନକୁ ମଂଜୁରି
ଦାୟିତ୍ବରେ ଅବହେଳା ପାଇଁ ୭ ପୁଲିସ ନିଲମ୍ବିତ
/sambad/media/post_attachments/wp-content/uploads/2019/03/Judgement-LAWNN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)