ପ୍ରିୟଙ୍କାଙ୍କ ସହ ଭିଡିଓ କଲ କରି ରାୟ ଶୁଣାଇଲେ ବିଚାରପତି

ଅଂଧେରୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କଲ କରି ମାମଲା ଫଇସଲା କରିଦେଲେ ବିଚାରପତି | ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ମାମଲାଟି ୨୦୦୪ ମସିହାରୁ ଅଂଧେରୀ କୋର୍ଟରେ ଦାୟର ହୋଇଥିଲା | ଭାରତରେ ପ୍ରିୟଙ୍କା ନଥିବାରୁ ତାଙ୍କ ସହ ଭିଡିଓ କଲ କରି ପ୍ରିୟଙ୍କାଙ୍କ ମତାମତ ଜାଣିବାକୁ ଚାହିଁଥିଲେ ବିଚାରପତି | ଏହାପରେ ରାୟ ପ୍ରକାଶ କରିଥିଲେ |

ପ୍ରକୃତରେ ପ୍ରିୟଙ୍କାଙ୍କ ପୂର୍ବତନ ମ୍ୟାନେଜର ପ୍ରକାଶ ଯାଯୁ ପ୍ରିୟଙ୍କାଙ୍କ ଉପରେ ଲିଗାଲ କଣ୍ଟ୍ରାକ୍ଟ ଉଲ୍ଲଙ୍ଘନ ଭାଙ୍ଗିବା ଓ ବିନା କୌଣସି ସୂଚନାରେ ଚାକିରିରୁ କାଢ଼ିଦେବା ନେଇ ଆରୋପ ଲଗାଇଥିଲେ | ତାଙ୍କର କହିବାର ଥିଲା ଯେ ପ୍ରିୟଙ୍କା ତାଙ୍କ(ପ୍ରକାଶ) କଥାକୁ ନ ଶୁଣି କେବଳ ଗୋଟିଏ ମେସେଜ ଦେଇ ଚାକିରିରୁ କାଢ଼ିଦେଇଥିଲେ | ଏହି ମାମଲା ୧୫ ବର୍ଷ ଧରି ଚାଲିଥିଲା | କିନ୍ତୁ ଦୁଇ ପକ୍ଷର ସହମତି ପରେ ପ୍ରକାଶ ତାଙ୍କ କେସକୁ ପ୍ରତ୍ୟାହାର କରିନେଇଛନ୍ତି |

Darpan Magazine

ଶୁଣାଣି ସମୟରେ ବିଚାରପତି ପ୍ରଥମେ ପ୍ରକାଶଙ୍କର ପକ୍ଷ ଶୁଣିଥିଲେ | ଏହାପରେ ପ୍ରିୟଙ୍କାଙ୍କ ପକ୍ଷରୁ ତାଙ୍କ ମା ମଧୁ ଚୋପ୍ରା ପକ୍ଷ ରଖିଥିଲେ | ଏହା ପରେ ବିଚାରପତି ପ୍ରିୟଙ୍କାଙ୍କୁ ଭିଡିଓ କଲ କରି ତାଙ୍କ ରାୟ ଜାଣିଥିଲେ | ଏହାପରେ ଦୁଇ ପକ୍ଷଙ୍କ ମଧ୍ୟରେ ସହମତି ହୋଇଥିବାରୁ ବିଚାରପତି କେସଟିକୁ ବନ୍ଦ କରିଦେଇଥିଲେ |

ସମ୍ବନ୍ଧିତ ଖବର