କାନପୁର: ପୁଅ ବଡ଼ ହେଲେ ରୋଜଗାର କରିବାର ପରାମର୍ଶ ସବୁ ବାପା ଦିଅନ୍ତି। ଏହା ତ ଅତି ସାଧାରଣ କଥା। ମାତ୍ର ତାହା ପାଇଁ କେହି ଯାଇ ବ୍ୟାଙ୍କ୍ ଲୁଟ୍ କରିବା କଥା ଚିନ୍ତା କରିବା ଆପଣ ଜାଣିଛନ୍ତି କି? କାନପୁରରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ପୂରା କାହାଣୀ ଶୁଣିଲେ ଯେକେହି ବି ଚକିତ ହୋଇପଡ଼ିବେ।
ଯୁବକ ଜଣକ ହେଉଛନ୍ତି ଜଣେ ବିଏସ୍ସି ଗ୍ରାଜୁଏଟ୍। ତାଙ୍କର ପାଠ ପଢ଼ା ସରିବା ପରେ ତାଙ୍କ ବାପା ଯେତେବେଳେ ତାଙ୍କୁ ରୋଜକାର କରିବାକୁ କହିଲେ ତ ଏହି କଥା ତାଙ୍କ ମୁଣ୍ଡରେ ପଶିଗଲା। ସେ କିଭଳି ଟଙ୍କା ରୋଜଗାର କରିବେ ବୋଲି ଚିନ୍ତା କରି ଶେଷରେ ବ୍ୟାଙ୍କ୍ ଲୁଟ୍ କରିବା ପାଇଁ ଯୋଜନା କରିବାକୁ ପଛାଇଲେ ନାହିଁ।
ଯୁବକ ଜଣକ ବ୍ୟାଙ୍କ୍ ଲୁଟ୍ କରିବା ପାଇଁ ୟୁଟ୍ୟୁବ୍ରୁ ଭିଡିଓ ସର୍ଚ କରି ଦେଖିବାକୁ ଲାଗିଲେ। ସେଠାରୁ ସେ ବୁଦ୍ଧି ଜୁଟେଇଲେ। ପୂରା ଯୋଜନାର ସହ ଯୁବକ ଜଣକ ବ୍ୟାଙ୍କ୍ ଲୁଟ୍ କରିବାକୁ ପହଞ୍ଚିଲେ। ହେଲେ ତାହା ପୂର୍ବରୁ ହିଁ ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ଧରି ପକାଇଲେ।
ସେ କୁଡ଼ାରେ ଅସ୍ତ୍ର ଧରି ଯାଇ ବ୍ୟାଙ୍କ୍ରେ ପହଞ୍ଚିଥିଲେ। ବ୍ୟାଙ୍କ୍ କର୍ମଚାରୀ ତାଙ୍କୁ ଧରିବା ପରେ ପୁଲିସ୍କୁ ହସ୍ତାନ୍ତର କରାଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଧରାପଡ଼ିବା ପରେ ଟିକେ ବି ପଶ୍ଚାତାପ ନଥିଲା ତାଙ୍କ ମୁହଁରେ। ସେ ପୂରା ଫୁଟାଣିର ସହ ପୁଲିସ୍ ସହ ଯାଇଥିଲେ।