ବେଙ୍ଗାଲୁରୁ : ୨୦୦୪ ନିର୍ବାଚନ ପରଠାରୁ କର୍ଣ୍ଣାଟକ ଲୋକସଭାକୁ କୌଣସି ମୁସଲିମ୍‌ ସାଂସଦ ନିର୍ବାଚିତ ହୋଇନାହାନ୍ତି। ୨୦୦୪ରୁ କର୍ଣ୍ଣାଟକ ୮୪ ସାଂସଦଙ୍କୁ ସଂସଦ ପଠାଇଥିବାବେଳେ ସେମାନଙ୍କ ମଧ୍ୟରେ ଜଣେ ମାତ୍ର ମୁସଲିମ ସାଂସଦ ଥିଲେ। ୨୦୦୪ରେ କର୍ଣ୍ଣାଟକର କାଲବୁର୍ଗିରୁ ଇକବଲ ଅହମଦ ସରଦଗି ସାଂସଦ ନର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୧୯ ମଧ୍ୟରେ କଂ‌‌ଗ୍ରେସ-ଜେଡିଏସ୍‌ ୧୧ ମୁସଲିମ୍‌ ପ୍ରାର୍ଥୀ ଦେଇଥିଲେ। କିନ୍ତୁ ବିଜେପି ଜଣେ ହେଲେ ମୁସଲିମ୍‌ଙ୍କୁ ପ୍ରାର୍ଥୀ କରିନାହିଁ।