କାଠମାଣ୍ଡୁ: କାଲି ଯେଉଁଠି ଜଳୁଥିଲା ନିଆଁ, ଆକାଶ ଉଚ୍ଚାକୁ ଉଠୁଥିଲା ଧୂଆଁ… କୁହୁଳୁଥିଲା ହିଂସା ଆଉ ଟଳିପଡୁଥିଲା ଜୀବନ ଆଜି ସେଠି ନିରବତା ହିଁ ନିରବତା । ନିଆଁ-ଧୂଆଁ ଜାଗାରେ କଳା ଅଙ୍ଗାର… ପାଉଁଶ ତଳେ ପୁଣି ସହରକୁ ସଜାଡିବାର ସ୍ବପ୍ନ । ଯୁଆଡେ ଚାହିଁଲେ ଖାଲି ଜଳାପୋଡାର ପଦଚିହ୍ନ । କେଉଁଠି ରାସ୍ତାରେ ଢେଲା ପଛର ପଡିଛି ତ କେଉଁଠି ପଡିଛି ରକ୍ତର ଛିଟା । ପୁଣି କେଉଁଠି ପାଉଁଶ ହୋଇଯାଇଛି ବଡ଼ ବଡ଼ ହୋଟେଲ, ଘର, ସରକାରୀ ବାସଭବନ, ଅଫିସ ଆଉ ଦାମୀ ଗାଡ଼ି… ନେପାଳରେ ଲାଗିଥିବା ନିଆଁର ଆଁରେ ସବୁକିଛି ଛାରଖାର ହୋଇଯାଇଛି । ଯେଉଁଥି ପାଇଁ ନିଆଁ ନେପାଳରେ ଜଳିଲା ଆଉ କାଠମାଣ୍ଡୁରେ କୁହୁଳିଲା ତାହା ପୂରା ହେବ ତ- ଏ ପ୍ରଶ୍ନ ଏବେ ପାଉଁଶ ତଳୁ ଉଙ୍କି ମାରୁଛି…
#WATCH | Nepal | Aftermath of the violence that broke out in the Parliament building, which was set on fire on 8th September, as the protest turned violent in Kathmandu.
— ANI (@ANI) September 10, 2025
The Nepali PM resigned yesterday amid demonstrations against the Government over alleged corruption. pic.twitter.com/ASCCYY81kw
ସେପଟେ କାଠମାଣ୍ଡୁ ସାରା ହିଂସା ଓ ଉତ୍ତେଜନାର ପଦଚିହ୍ନ । ହୋଟେଲ, ଘର, ରାସ୍ତା, ସଂସଦ ଭବନରେ ଭଙ୍ଗାରୁଜା, ଜଳାପୋଡାର ଭୟଙ୍କର ଚିହ୍ନ । ଯାହା ଗତ ୪୮ ଘଣ୍ଟାରେ ନେପାଳ ଭୟାବହ ସ୍ଥିତିକୁ ବଖାଣୁଛି ଏବଂ ଇତିହାସ ପାଇଁ ସାକ୍ଷୀ ରହିଛି ।
ତେବେ କାଲି ଯେଉଁଠି ଜେନ ଜେଡର ଯୁବପିଢିମାନେ ହୋହଲ୍ଲା, ହଙ୍ଗାମା, ଜଳାପୋଡା, ଭଙ୍ଗାରୁଜା କରିଥିଲେ ଆଜି ସେଠି ସେମାନେ ପୁଣି ଥରେ ଏକଜୁଟ ହୋଇ ସଫେଇ କାମରେ ଲାଗି ପଡିଛନ୍ତି । ଶତାଧିକ ଯୁବପିଢି ଏକାଠି ହୋଇ ଭଙ୍ଗା କାଚ, ଇଟା ପଥର, ଜଳାପୋଡା ଗାଡି ସବୁ ସଫା କରୁଛନ୍ତି । ରାସ୍ତାକୁ ସ୍ବଚ୍ଛ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ସୂଚାଉଛି କି ନେପାଳରେ ଏବେ ସ୍ଥିତି ସୁଧୁରୁଛି । ଜଣେ ଯୁବକ କହିଛନ୍ତି ଆମର ବିରୋଧୀ ଯୁବପିଢିଙ୍କୁ ସୁବିଧା ସୁଯୋଗ ଦିଆଯାଉ ନଥିବା ନେଇ ହୋଇଥିଲା ତାମାନେ ନୁହେଁ ଯେ ଏ ସହର ଏମିତି ଅବସ୍ଥାରେ ରହିବ । ଆମେ ଭାଙ୍ଗିପାରୁ ବି ପୁନନିର୍ମାଣ କରିପାରୁ ବି ବୋଲି କହିଛନ୍ତି ।
#WATCH | Kathmandu, Nepal: A local, Govind, says "We are here for the cleanliness drive which is going on all over the streets in Kathmandu city, where protests took place yesterday and the day before. I can't say who will be the next Prime Minister of Nepal, but we want someone… https://t.co/VxtSxo7jVXpic.twitter.com/2devIgsSFg
— ANI (@ANI) September 10, 2025