ନୂଆଦିଲ୍ଲୀ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ସ୍ନାନକୁ ନେଇ ରାଜନେତାମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହି କ୍ରମରେ ଗାଜିପୁର ସାଂସଦ ଅଫଜଲ ଅନସାରୀଙ୍କ ଏକ ଆପତ୍ତିଜନକ ବୟାନ ସାମ୍ନାକୁ ଆସିଛି। 

Advertisment

ଶାଦିଆବାଦରେ ସନ୍ଥ ରବିଦାସ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସାଂସଦ ଅଫଜଲ ଅନସାରୀ କହିଛନ୍ତି - 'ସଂଗମ କୂଳରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିର ପାପ ଧୋଇ ହୋଇଯିବ ବୋଲି ବିଶ୍ୱାସ କରାଯାଏ,  ଏହାର ଅର୍ଥ ହେଉଛି ବୈକୁଣ୍ଠ ଯିବାର ପଥ ଖୋଲିଯିବ।

ଏପରି ପରିସ୍ଥିତିରେ ପ୍ରୟାଗରାଜ ମହାକୁମ୍ଭରେ ଯେଭଳି ଭିଡ଼ ଦେଖିବାକୁ ମିଳୁଛି ମନେ ହେଉଛି ଯେ ଏବେ ନର୍କରେ ଆଉ କେହି ରହିବେ ନାହିଁ ଏବଂ ସ୍ବର୍ଗରେ ହାଉସଫୁଲ ହୋଇଯିବ।'

ଏଥିସହିତ ଅଫଜଲ ଅନସାରୀ ମହାକୁମ୍ଭରେ ଟ୍ରେନ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ‘ ଯେ ଟ୍ରେନଗୁଡ଼ିକରେ ଏପରି ଅବସ୍ଥା ମୁଁ କେବେ ଦେଖି ନଥିଲି। ଲୋକେ ଟ୍ରେନର କାଚ ଭାଙ୍ଗି ଭିତରକୁ ଯାଉଛନ୍ତି। ମହିଳା, ବୃଦ୍ଧ ଓ ପିଲାମାନେ ଭୟରେ ଥରୁଛନ୍ତି।ପୁଲିସ କର୍ମଚାରୀମାନେ ମଧ୍ୟ ଭିଡ଼କୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। 

ମହାକୁମ୍ଭରେ ଦଳାଚକଡ଼ାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଆଜି ପର୍ଯ୍ୟନ୍ତ କେହି ଜାଣି ପାରିଲେ ନାହିଁ।’