ଦିଲ୍ଲୀରେ ପୁଣି ଆନ୍ଦୋଳନ, ମଣ୍ଡିରେ ଧାରା ୧୪୪

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି। ଆଜି ପୁଣି ଦିଲ୍ଲୀରେ ସିଏଏ ବିରୋଧୀ ଆନ୍ଦୋଳନ ଯୋଗୁଁ ସମସ୍ୟା ଉପୁଜିଛି। ଦିଲ୍ଲୀର ମଣ୍ଡି ହାଉସ୍‌ ନିକଟରେ ଆଗୁଆ ସୁରକ୍ଷା ପଦ‌କ୍ଷେପ ଗ୍ରହଣ କରି ଧାରା ୧୪୪ ଜାରି ହୋଇଛି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଏଡ଼ାଇବା ଦିଲ୍ଲୀ ପୁଲିସ, ସିଆରପିଏଫ୍‌ର ପ୍ରାୟ ୧୦ଟି ଟିମ୍‌ ସମ୍ପୃକ୍ତ ଅଞ୍ଚଳରେ ମୁତୟନ ହୋଇଛନ୍ତି। ମିଳିଥିବା ସୁଚାନୁଯାୟୀ ଦିଲ୍ଲୀ ପୁଲିସର ଅନୁମତି ନଥାଇ ସୁଦ୍ଧା ଛାତ୍ରଛାତ୍ରୀମାନେ ମଣ୍ଡି ହାଉସ୍‌ରୁ ଜନ୍ତର ମନ୍ତରକୁ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଏହାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କେତେକ ସ୍ଥାନରେ ହିଂସା ପାଇଁ ହେଉଥିବା ପ୍ରୟାସକୁ ପୁଲିସ ପଣ୍ଡ କରିଦେଇଛି। ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ‌କୋଲକାତାରେ ସିଏଏ ବିରୋଧୀ ରୢାଲି କରିଛନ୍ତି। ବିଜେପି ମଧ୍ୟ ସିଏଏ ସପକ୍ଷରେ ଗୁଜରାଟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରିଛି।

ସମ୍ବନ୍ଧିତ ଖବର