ମୁମ୍ବାଇ: ମହାରାଷ୍ଟ୍ରର ଜଣେ କୃଷକ ଗତ କିଛିଦିନ ପୂର୍ବେ ୭୫୦ କିଲୋ ପିଆଜକୁ ୧୦୬୪ ଟଙ୍କାରେ ବିକ୍ରି କରି ଏହି ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପଠାଇଥିଳେ। ନିଜ ପରିଶ୍ରମର ଉଚିତ୍ ପ୍ରାପ୍ୟ ନପାଇବାରୁ ତଥା ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ନମିଳିବାରୁ ସେ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇ ଏଭଳି ପ୍ରତିବାଦ କରିଥିଲେ। ଆଜି ସମାନ ଢଙ୍ଗରେ ମହାରାଷ୍ଟ୍ର ନାଶିକ୍ ଜିଲ୍ଲାର ଅନ୍ୟ ଜଣେ ଚାଷୀ ପିଆଜ କିଲୋକୁ ୫୧ ପଇସାରେ ବିକ୍ରି କରିଛନ୍ତି। ସମୁଦାୟ ୫୪୫ କିଲୋ ପିଆଜକୁ ୨୧୬ ଟଙ୍କାରେ ବିକି ସେ ଉକ୍ତ ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପଠାଇଛନ୍ତି। ୟେଲା ତହସିଲ୍ର ଆନ୍ଦ୍ରସୁଲ୍ ଗ୍ରାମର ଏହି କୃଷକ ଚନ୍ଦ୍ରକାନ୍ତ ଭିକାନ ଦେଶମୁଖ୍ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ମରୁଡ଼ି ଦେଖାଦେଇଛି। ଉତ୍ପାଦରୁ ଏତେ କମ୍ ଟଙ୍କା ମିଳିବାରୁ ସେ କେମିତି ଚଳିବେ ବୋଲି ପ୍ରଶ୍ନ କରିଛନ୍ତି।
ପୁଣି ଜଣେ ଚାଷୀଙ୍କ ପ୍ରତିବାଦ, ମୁଖ୍ୟମନ୍ତ୍ରୀ ପାଣ୍ଠିକୁ ୨୧୬ ଟଙ୍କା ପଠାଇଲେ
/sambad/media/post_attachments/wp-content/uploads/2018/12/images-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)