ନୂଆଦିଲ୍ଲୀ, ନ୍ୟାସନାଲ ପବ୍ଲିକ୍ ରେଡିଓ (ଏନ୍ପିଆର୍)ର ମୁଖ୍ୟ ବାଣିଜ୍ୟ ସଂପାଦକ ପଲ୍ଲବୀ ଗୋଗଇ ଆଣିଥିବା ଦୁଷ୍କର୍ମ ଅଭିଯୋଗ ନେଇ ପୂର୍ବ କେନ୍ଦ୍ର ମନ୍ତ୍ରୀ ଏମ୍ଜେ ଆକବର ଆଜି ତାଙ୍କ ବୟାନ ରଖିଛନ୍ତି। ବିଜେପିର ରାଜ୍ୟସଭା ସାଂସଦ ଆକବର କହିଛନ୍ତି ଯେ ସମସ୍ତ ଅଭିଯୋଗ ମିଥ୍ୟା ଏବଂ ତାଙ୍କୁ ବଦନାମ କରବା ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି, ପଲ୍ଲବୀ ଗୋଗଇଙ୍କ ସହିତ ସହମତିରେ ସଂପର୍କ ହୋଇଥିଲା ଏବଂ ତାହା କିଛି ମାସ ପର୍ଯ୍ୟନ୍ତ ଚାଲିଥିଲା। ପରେ ସେମାନେ ସହମତିରେ ହିଁ ସଂପର୍କ ଛିନ୍ନ କରିଥିଲେ ବୋଲି ଆକବର କହିଛନ୍ତି। ଏମ୍ଜେ ଆକବରଙ୍କ ପତ୍ନୀ ମଲିକା ମଧ୍ୟ ସ୍ବାମୀଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି ଯେ ପଲ୍ଲବୀ ଆକବରଙ୍କ ସଂପର୍କରେ ଡାହା ମିଛ କହୁଛନ୍ତି। ପଲ୍ଲବୀଙ୍କ ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ ଥିଲା ଏବଂ ସେ ତାଙ୍କ ପରିବାରରେ ବିବାଦ ସୃଷ୍ଟି କରିଥିଲେ ବୋଲି ମଲିକା କହିଛନ୍ତି। ସାମ୍ବାଦିକା ପଲ୍ଲବୀ ଗୋଗଇ ୱାସିଂଟନ ପୋଷ୍ଟରେ ଏକ ରିପୋର୍ଟ ଲେଖି ଏମ୍ଜେ ଆକବର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ୨୩ ବର୍ଷ ତଳେ ଏସିଆନ୍ ଏଜ୍ରେ କାମ କରିବା ପରେ ଆକବର ତାଙ୍କୁ ଦୁଷ୍କର୍ମ କରିଥିଲେ। ଆକବର ତାଙ୍କ ସଫେଇରେ କହିଛନ୍ତି ଯେ ୧୯୯୪ରେ ପଲ୍ଲବୀଙ୍କ ସହିତ ସହମତିରେ ସଂପର୍କ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ତାଙ୍କ ପରିବାର ପାଇଁ ସମସ୍ୟା ସୃଷ୍ଟି କରିବାରୁ ସେ ସହମତିରେ ହିଁ ଏଥିରୁ ଦୂରେଇ ଯାଇଥିଲେ। ଆକବରଙ୍କ ପତ୍ନୀ କହିଛନ୍ତି ୨୦ ବର୍ଷ ତଳେ ପଲ୍ଲବୀ ଗୋଗଇ ତାଙ୍କ ପରିବାରରେ ଦୁଃଖ ଓ ସମସ୍ୟାର କାରଣ ହୋଇଥିବାରୁ ସେମାନଙ୍କ ମଧ୍ୟରେ ସହମତି ଭିତ୍ତିରେ ସଂପର୍କ ତୁଟିଥିଲା। ପଲ୍ଲବୀ ଏବଂ ତୁସିତା ପଟେଲ ତାଙ୍କ ଘରକୁ ବାରମ୍ବାର ଆସୁଥିଲେ ବୋଲି ମଲିକା କହିଛନ୍ତି। ଏମ୍ଜେ ଆକବରଙ୍କ ବିରୋଧରେ ପ୍ରାୟ ୧୨ ଜଣ ମହିଳା ସାମ୍ବାଦିକା ମି ଟୁ ଅଭିଯାନରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ମୋଦୀଙ୍କ କ୍ୟାବିନେଟ୍ରୁ ଇସ୍ତଫା ଦେଇଥିଲେ।
ଆକବରଙ୍କ ବିରୋଧରେ ଆଉ ଏକ ଦୁଷ୍କର୍ମ ଅଭିଯୋଗ: ପତ୍ନୀଙ୍କ ବୟାନ, ପଲ୍ଲବୀ ସବୁ ଅନର୍ଥର କାରଣ
/sambad/media/post_attachments/wp-content/uploads/2018/11/mjakbar-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)