ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ୍ସ ଆକାଉଣ୍ଟ । ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ ବନ୍ଦ । ଆକାଉଣ୍ଟ ବନ୍ଦ କରି ଡିଜିଟାଲ୍ ଆକ୍ସନ ନେଲା ଭାରତ । ପହଲଗାମ ପ୍ରତିଶୋଧ ନେବାକୁ ଭାରତ ଆକ୍ସନ ପରେ ଆକ୍ସନ ନେଉଥିବା ବେଳେ ଭାରତର ଏଭଳି ଆଭିମୁଖ୍ୟ ଦେଖି ଭୟଭୀତ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଛାନିଆରେ ପରମାଣୁର ଧମ ଦେଇଥିଲେ ।
ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ । ଏହି ବୟାନ ପରେ ତାଙ୍କ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।
ସେପଟେ ଗତକାଲି ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ କରିଥିଲା । ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିଛି ଭାରତ । ଏହି ଚ୍ୟାନେଲ ଗୁଡିକରେ ଥିବା ମୋଟ ୬୩ ମିଲିୟନ ସବସ୍କ୍ରାଇବରଙ୍କୁ ବ୍ୟାନ କରିଛି ଭାରତ । ପହଲଗାମ ଆକ୍ରମଣ ପରେ ବିଭ୍ରାନ୍ତିକର, ଗୁଜବ ଏବଂ ମିଛ ଖବର ପରିବେଷଣ କରୁଥିବା ପାକ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/29/z7NXlOmaW16wHe50Nd4s.jpg)