ମୁମ୍ବାଇ : ମହାରାଷ୍ଟ୍ରରେ ପ୍ରାୟ ୮୦ ଘଣ୍ଟା ଧରି ଦାଦା ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ କରିଥିବା ପୁତୁରା ଅଜିତ ପାୱାରଙ୍କ ଘର ବାହୁଡ଼ା ଶିବସେନା ପାଇଁ ବରଦାନ ହୋଇଥିବା ବେଳେ ବିେଜପି ପାଇଁ ବଡ଼ ଝଟ୍କା ହୋଇଛି। ଶିବସେନା-ଏନ୍ସିପି-କଂଗ୍ରେସର ମିଳିତ ସରକାରରେ ଅଜିତ ପାୱାର ପୁଣି ଉପମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବଳବତ୍ତର ହୋଇଛି। ପାୱାର ପରିବାର ଅଜିତଙ୍କ ପଛରେ ଦୃଢ଼ ଭାବେ ରହିଥିବାରୁ କଂଗ୍ରେସ-ଶିବସେନା ମଧ୍ୟ ଅଜିତଙ୍କୁ ନେଇ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଅଜିତ ପାୱାର ପୁଣି ଉପମୁଖ୍ୟମନ୍ତ୍ରୀ ହେବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି କୁହାଯାଉଛି। ନୂଆ ସରକାରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବାକୁ ଥିବାରୁ ଏହି ଦୌଡ଼ରେ କଂଗ୍ରେସ କୋଟାରୁ ବାଲାସାହେବ ଥୋରାଟ୍ ଏବଂ ଏନ୍ସିପି କୋଟାରୁ ଜୟନ୍ତ ପାଟିଲଙ୍କ ନାମ ଆଗରେ ରହିଛି। ଅଜିତ ପାୱାର ବିଜେପି ସହ ସବୁ ସଂପର୍କ ତୁଟାଇ ପୁଣି ଏନ୍ସିପିକୁ ଫେରିଥିବାରୁ ତାଙ୍କୁ ପୁରସ୍କାର ଦେବାପାଇଁ ଶରଦ୍ ପାୱାର ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି। ଯଦି ଅଜିତ ଉପ ମୁଖ୍ୟମନ୍ତ୍ରୀ ପଦରେ ନ ରହିବେ ତା’ହେଲେ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟ ମିଳିବ ବୋଲି ଜଣାପଡ଼ିଛି।
ଅଜିତ ପାୱାର ପୁଣି ହୋଇପାରନ୍ତି ଉପ ମୁଖ୍ୟମନ୍ତ୍ରୀ, କଂଗ୍ରେସ-ଶିବସେନାର ସହମତି!
/sambad/media/post_attachments/wp-content/uploads/2019/11/ajit-power-ffa.jpg)