ଜୟପୁର: ରାଜସ୍ତାନର ଝୁନଝୁନ ଜିଲ୍ଲାର ଜଣେ ନବମ ଶ୍ରେଣୀ ଛାତ୍ର ନୀଳ ଖେଳ କବଳରୁ ଅଳ୍ପକେ ବଞ୍ଚିଯାଇଥିବା ଜାଣିବାକୁ ମିଳିିଛି। ପିଲାଟିର କାର୍ଯ୍ୟକଳାପ ଶିକ୍ଷକଙ୍କ ନଜରରେ ପଡ଼ିବାରୁ ଶିକ୍ଷକ ପିଲାଟିକୁ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେମାନଙ୍କ ସ୍କୁଲ୍ରେ ଆହୁରି ୩ ଜଣ ପିଲା ଏହି ବିବାଦୀୟ ଖେଳ ଖେଳୁଛନ୍ତି ବୋଲି ଛାତ୍ର ଜଣକ ଧରାପଡ଼ିବା ପରେ ସୂଚନା ଦେଇଛନ୍ତି। ଏ ସଂପର୍କରେ ଝୁନଝୁନ ଜିଲ୍ଲାର ଜିଲ୍ଲାପାଳ ଦିନେଶ କୁମାର ଯାଦବ ଗଣମାଧ୍ୟମରେ ପ୍ରକାଶ କରିଛନ୍ତିି।
ରାଜ୍ୟର ଜଟିଆ ସିନିୟର୍ ସେକେଣ୍ଡାରି ସ୍କୁଲ୍ରେ ପଢୁଥିବା ପୀଡ଼ିତ ଛାତ୍ର ଜଣକ ନୀଳ ତିମି ଖେଳର ୩ଟି ପ୍ରକ୍ରିୟା ପାର୍ କରିବା ପରେ ତାଙ୍କ ଶିକ୍ଷକଙ୍କ ହାତରେ ଧରାପଡ଼ିଥିଲେ।
ଯାଦବ କହିଛନ୍ତି ନିଜ ମୋବାଇଲ୍ରେ ଏହି ବିପଦପୂର୍ଣ୍ଣ ଗେମ୍ ଇନ୍ଷ୍ଟଲ୍ କରିଥିବା ଛାତ୍ରଙ୍କୁ ଏବେ ପୁଲିସ୍ ହେପାଜତରେ ରଖାଯାଇଛି।
ଏ ସଂପର୍କରେ ସ୍କୁଲ୍ର ପ୍ରିନ୍ସିପାଲ୍ କମଲେଶ କୁମାର କହିଛନ୍ତି, ‘ପିଲାମାନଙ୍କୁ ଏହି ମାରାତ୍ମକ ନୀଳ ତିମିର ଭୟାବହତା ବିଷୟରେ ପ୍ରାର୍ଥନା କ୍ଲାସରେ ସୂଚୀତ କରାଯାଉଛି। ପିଲାମାନେ କିପରି ଏହି ଖେଳର ଶିକାର ନ ହୁଅନ୍ତୁ ସେଥିପାଇ ସ୍କୁଲ୍ କର୍ତ୍ତୃପକ୍ଷ ବେଶ୍ ଚିନ୍ତାଶୀଳ।’
ଏ ସଂପର୍କରେ ସ୍କୁଲ୍ର ପ୍ରିନ୍ସିପାଲ୍ କମଲେଶ କୁମାର କହିଛନ୍ତି, ‘ପିଲାମାନଙ୍କୁ ଏହି ମାରାତ୍ମକ ନୀଳ ତିମିର ଭୟାବହତା ବିଷୟରେ ପ୍ରାର୍ଥନା କ୍ଲାସରେ ସୂଚୀତ କରାଯାଉଛି। ପିଲାମାନେ କିପରି ଏହି ଖେଳର ଶିକାର ନ ହୁଅନ୍ତୁ ସେଥିପାଇ ସ୍କୁଲ୍ କର୍ତ୍ତୃପକ୍ଷ ବେଶ୍ ଚିନ୍ତାଶୀଳ।’
ଏହି ଘଟଣା ଘଟିବା ପରେ ଝୁନଝୁନ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେହି ଜିଲ୍ଲାର ମନସ୍ତତ୍ୱବିତ୍ ସ୍କୁଲ୍ରେ ପଢୁଥିବା ପିଲାମାନଙ୍କ ଭାବନାକୁ ପରଖିବା ପାଇଁ ସେମାନଙ୍କ ସହ ଦୀର୍ଘ ସମୟ ମିଳାମିଶା କରୁଛନ୍ତିି। ବେଶ୍ କିଛି ଦିନ ହେବ ନୀଳ ତିମି ଖେଳର ପ୍ରାର୍ଦୁଭାବ କମି ଯାଇଥିବା ବେଳେ ଏବେ ପୁଣି ଥରେ ଏହି ଅଘଟଣ ଘଟି ସଂପୃକ୍ତ ଅଞ୍ଚଳବାସୀଙ୍କ ଚିନ୍ତାର କାରଣ ପାଲଟିଛି।
ଉଲ୍ଲେଖଯୋଗ୍ୟ, ଇଣ୍ଟର୍ନେଟ୍ ଦ୍ୱାରା ଚାଲୁଥିବା ଏହି ବ୍ଲୁ ହେ୍ଵଲ୍ ଗେମ୍କୁ ଲୋକେ ବ୍ଲୁ ହେ୍ଵଲ୍ ଚ୍ୟାଲେଞ୍ଜ ନାମରେ ମଧ୍ୟ ଜାଣନ୍ତି। ଏହି ଭୟଙ୍କର ଖେଳଟି ୨୦୧୬ ମସିହାରେ ବାହାରିବା ପରେ ସାରା ବିଶ୍ୱରେ ଶହ ଶହ ନୀରିହ ଶିଶୁଙ୍କ ଜୀବନ ନେଇ ସାରିଲାଣି। ଗେମ୍ର ଆଡମିନ୍ ନୀରିହ ପିଲାମାନଙ୍କର ଦୁର୍ବଳତାର ସୁଯୋଗ ନେଇ ସେମାନଙ୍କୁ ସାଂଘାତିକ ଟାସ୍କ ସବୁ ଦେଇଥାନ୍ତି। ଛାତରୁ ଡେଇଁବା, ଗାଡ଼ି ସାମ୍ନାରେ ଠିଆ ହେବା, ନିଜ ହାତକୁ କାଟିବା, ବେକରେ ଦଉଡ଼ି ଦେବା ଆଦି ବିଭିନ୍ନ ପ୍ରକାରର ଆତ୍ମହତ୍ୟା ଟାସ୍କ ଦେଇ ଅନେକ ପିଲାଙ୍କ ଜୀବନ ନେଇଛି ଏହି ଖେଳ। ଥରେ ଜଣେ ସେହି ଗେମ୍କୁ ନିଜ ମୋବାଇଲ୍ରେ ଡାଉନ୍ଲୋଡ କରିବା ପରେ ଗେମ୍ ଆଡମିନ୍ କଳେବଳେକୌଶଳେ ଖେଳିଳିଙ୍କୁ ପ୍ରବର୍ତ୍ତାଇ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରି ଦେଇଥାନ୍ତି। ତେବେ, ଏହି ମାରତ୍ମକ ଖେଳର ଆଡମିନ୍ ହେଉଛନ୍ତି ରୁଷ୍ ଦେଶର। ଅନେକ ପିଲାଙ୍କ ଜୀବନ ଯିବା ପରେ ସେ ପୁଲିସ୍ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି।