ଦବିନ୍ଦର ସିଂହଙ୍କୁ ଲକ୍ଷେ ଟଙ୍କା ‌ଦେବାପାଇଁ ଗହଣା ବିକିଥିଲି: ଅଫଜଲ୍‌ ଗୁରୁର ପତ୍ନୀ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଆସିଛି। ୨୦୦୧ ସଂସଦ ଆକ୍ରମଣ ପାଇଁ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ମହମ୍ମଦ ଅଫଜଲ୍‌ ଗୁରୁର ପତ୍ନୀ ଦାବି କରିଛି ଯେ, ସେ ଦବିନ୍ଦର ସିଂହଙ୍କୁ ଲକ୍ଷେ ଟଙ୍କା ଦେବାପାଇଁ ତାଙ୍କ ଗହଣା ବିକିଥିଲେ। ଆତ୍ମସମର୍ପଣ କରିଥିବା ଆତଙ୍କବାଦୀ ଗୁରୁ ତା’ଆଇନଜୀବୀ ନିକଟକୁ ଏକ ଚିଠି ଲେଖିଥିଲା ଏବଂ ଏହି ଚିଠିରେ ସେ ଦର୍ଶାଇଥିଲା ଯେ ଜଣେ ଜମ୍ମୁ କାଶ୍ମୀର ପୁଲିସ ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ଏହି ପୁଲିସ ଅଧିକାରୀଙ୍କର ସଂସଦ ଆକ୍ରମଣ ‌ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଥିଲା ବୋଲି ସେ କହିଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ଅଫଜଲ୍‌ ଗୁରୁର ପତ୍ନୀର ଏହି ଦାବିକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନ୍ୟପକ୍ଷରେ ସଂସଦ ଆକ୍ରମଣ ମାମଲାରେ ଜମ୍ମୁ କାଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହଙ୍କ କ’ଣ ଭୂମିକା ଥିଲା ସେନେଇ ଖୁବ୍‌ଶୀଘ୍ର ତଦନ୍ତ ଆରମ୍ଭ ହେବ ବୋଲି ଜମ୍ମୁ କାଶ୍ମୀର ଡିଜିପି ଦିଲବାଗ୍‌ ସିଂହ କହିଛନ୍ତି। ଆଜି ଦବିନ୍ଦରଙ୍କ ବାସଭବନରୁ ଚଢ଼ଉ ସମୟରେ ଶ୍ରୀନଗର ସେନା ମୁଖ୍ୟାଳୟର ନକ୍ସା ଜବତ ହୋଇଛି।

ସମ୍ବନ୍ଧିତ ଖବର