ନାପିଦ୍ୱ: ଭୂକମ୍ପରେ ପୁଣି ଦୋହଲିଲା ମ୍ୟାମାର । ଗତକାଲି ଦୁଇ ଦୁଇଟି ଭୂକମ୍ପ ଝଟକାରେ ମ୍ୟାମାର ଥରିଥିବା ବେଳେ ଆଜି ପୁଣି ଏକ ବଡ ଭୂକମ୍ପର ଝଟକା ମ୍ୟାମାରବାସୀଙ୍କୁ ଭୟଭୀତ କରାଇଛି ।
ଧ୍ୱଂସର ସ୍ତୁପ ପାଲଟିଥିବା ମ୍ୟାମାରର ପିଛା ଛାଡୁନି ଭୂମିକମ୍ପ । ଗତକାଲି ଭୂମିକମ୍ପରେ ମ୍ୟାମାର ଧ୍ୱଂସ ହୋଇଯାଇଥିବା ବେଳେ ପୁଣି ଆଜି ବି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ବୋଲି କୁହାଯାଉଛି । ଏହି ଭୂମିକମ୍ପ ଉତ୍ପତି ସ୍ଥଳି ମ୍ୟାମାର ରାଜଧାନୀ ନାପିଦ୍ୱ ନିକଟ ବୋଲି ସୂଚନା ମିଳିଛି ।
ଗତକାଲି ବି ମ୍ୟାମାରରେ ଦୁଇଥର ଭୂକମ୍ପ ଝଟକା ଦେଇଥିଲା । ଏଥିରେ ବଡ଼ବଡ଼ କୋଠା ସହ ରାସ୍ତାଘାଟ ଭୁଶୁଡି ପଡିଥିଲା । ଲଗାତର ଭୂକମ୍ପ ହେଉଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଶୁକ୍ରବାର ଦିନ ମ୍ୟାମାରରେ ୭.୭ ତୀବ୍ରତା ଭୂକମ୍ପ ହୋଇଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଶୁକ୍ରବାର ରାତି ୧୧.୫୬ ମିନିଟ ସମୟରେ ପୁଣି ଏକ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ଥିଲା ୪.୨ । କେବଳ ମ୍ୟାମାର ନୁହେଁ ଶନିବାର ସକାଳ ୫.୧୬ ମିନିଟରେ ଆଫଗାନିସ୍ତାନରେ ବି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/29/GdNsSLNFTRZ79kQ4wCVe.jpg)