ନେପିଦା: ପୁଣି ଭୂକମ୍ପ ଝଟକାରେ ଥରିଲା ମ୍ୟାମାର । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ଥିବା ବେଳେ ଭୂକମ୍ପ ପୁଣି ଥରେ ମ୍ୟାମାରବାସୀଙ୍କ ମନରେ ଛନକା ଭରିଛି । ତେବେ ଆଜି ରାତି ୧ଟା ୩୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ତେବେ ଗତମାସ ମ୍ୟାମାରରେ ଭୟଙ୍କର ଭୂକମ୍ପ ଫଳରେ ୧୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଭୂକମ୍ପରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଶତାଧିକ ଆହତ ହୋଇଥିଲେ । ମ୍ୟାମାର ସଙ୍କଟ ସମୟରେ ସହାୟତାର ହାତ ବଢାଇଥିଲା ଭାରତ । ଅପରେସନ ବ୍ରହ୍ମା ଜରିଆରେ ଏନଡିଆରଏଫ ଟିମ୍ ଏବଂ ଯବାନମାନେ ମ୍ୟାମାରରେ ସମସ୍ତ ପ୍ରକାଶ ସହାୟତା ଯୋଗାଇଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/14/h67JIWoBQzzxRS1mc4AK.jpg)