ଇସଲାମାବାଦ: ଭୂକମ୍ପରେ ଥରିଲା ପାକିସ୍ତାନ । ପୁଣି ପାକିସ୍ତାନକୁ ଲାଗିଛି ଭୂକମ୍ପର ଝଟକା । ଗତ ସପ୍ତାହରେ ମାନେ ୪ ଦିନ ତଳେ ପାକିସ୍ତାନ ଭୂମିକମ୍ପରେ ଥରିଥିବା ବେଳେ ଏବେ ଥରେ ନୁହେଁ ବରଂ ବାରମ୍ବାର ଲାଗିଛି ଭୂକମ୍ପର ଝଟକା । ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ଭିତରେ ୮ ଥର ଦୋହଲିଲାଣି ଦେଶ । ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ତୀବ୍ରତା ବିଶିଷ୍ଟ ଭୂକମ୍ପ ପାକିସ୍ତାନରେ ଅନୁଭୂତ ହୋଇଛି ।

Advertisment

ତେବେ ଭୂମିକମ୍ପ ପରେ ଭୟରେ ଲୋକେ ବାହାରକୁ ପଳାଇ ଆସିଥିବା ବେଳେ କିଛି ସମୟ ପରେ ସ୍ଥିତି ଠିକ୍ ହେବା ପରେ ଲୋକେ ଯେତେବେଳେ ଘରକୁ ଫେରୁଛନ୍ତି ପୁଣି ଆଉ ଏକ ଭୂକମ୍ପର ଝଟକା ଲାଗିଛି । ଏମିତି ବାରମ୍ବାର ଭୂକମ୍ପ ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସେପଟେ ମେ ୨୯ ତାରିଖରେ ଭୂକମ୍ପ ଝଟକାରେ ଥରିଥିଲା ପାକିସ୍ତାନ । ସନ୍ଧ୍ୟା ୬ଟା ୬ ମିନିଟରେ ପାକିସ୍ତାନରେ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୪ ରେକର୍ଡ ହୋଇଥିଲା । ଭୂମିକମ୍ପ ପରେ ଲୋକେ ଛାନିଆରେ ଘରୁ ବାହାରି ଆସିଥିଲେ । ଏହା ପୂର୍ବରୁ ମଧ୍ଯ ଭୂମିକମ୍ପରେ ଦୋହଲିଥିଲା ପାକିସ୍ତାନ । ଗତ ମଙ୍ଗଳବାର ସଂଧ୍ଯା ୭ଟା ୨୦ ବେଳେ ଲାଗିଥିଲା ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ ହୋଇଥିଲା ।

ମେ' ମାସରେ ପାକିସ୍ତାନ ଉପରେ ପ୍ରକୃତିର କୋପ ପଡିଛି । ମେ' ମାସରେ ହିଁ ପାକିସ୍ତାନ ଉପରେ ଦାଉ ସାଧିଛି ପ୍ରକୃତି । ଗୋଟେ ପଟେ ଏହି ମାସରେ ଭାରତ ଠାରୁ ପ୍ରଚଣ୍ଡ ପ୍ରହାରରେ ପାକିସ୍ତାନର ଅଣ୍ଟା ଦୋହଲି ଯାଇଥିବା ବେଳେ ଏବେ ଜୁନ ମାସ ଆରମ୍ଭ ହେଉ ହେଉ ବି ଘନଘନ ଭୂମିକମ୍ପ ଦେଶକୁ ଦୋହଲାଇ ଦେଉଛି ।