ରାଇପୁର: ପୁଣି ଗର୍ଜିଲା ଯବାନଙ୍କ ବନ୍ଧୁକ, ଗୁଳିରେ ଟଳିଲେ ନକ୍ସଲ । ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର । ଏନକାଉଣ୍ଟରରେ ୨ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ନକ୍ସଲ ଟଳିପଡିଥିବା ପ୍ରାଥମିକ ସୂଚନା ମିଳିଛି ।
ତେବେ ଇନ୍ଦ୍ରାବତୀ ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ୯ଟାରୁ ସୁରକ୍ଷା କର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏଯାଏଁ ଜାରି ରହିଛି । ତେବେ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଭାରତକୁ ମାଓ ମୁକ୍ତ କରିବାକୁ ସରକାର ଯୋଜନା ରଖିଥିବା ବେଳେ ସେ ଦିଗରେ ସଫଳତା ପାଇ ଚାଲିଛନ୍ତି ଯବାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/12/uApmQcZPsulbEZXwQYwr.jpg)