ମୁମ୍ବାଇ: ମୁମ୍ବାଇର କମଳା ମିଲ୍ସ କମ୍ପାଉଣ୍ଡ୍ରେ ଘଟିଥିବା ଅଗ୍ନିକାଣ୍ଡର ଭୟ ଲୋକଙ୍କ ମନରୁ ନ ଲିଭୁଣୁ ଆଜି ପୁଣି ଏକ ଅଗ୍ନିକାଣ୍ଡରେ ମୁମ୍ବାଇରେ ୪ ଜଣଙ୍କ ଜୀବନ ଯାଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ମୁମ୍ବାଇର ମାରୋଲ୍ ସ୍ଥିତ ମାମୁନ୍ ମଞ୍ଜିଲ ବିଲ୍ଡିଙ୍ଗ୍ରେ ଗୁରୁବାର ଭୋର ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ମୁମ୍ବାଇ ଅଗ୍ନି ନିର୍ବାପକ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ମାତ୍ର କିଛି ସମୟ ମଧ୍ୟରେ ନିଅାଁକୁ ନିୟନ୍ତ୍ରଣ କରିନେଇଥିଲେ। ଅଗ୍ନିଶମ ଦଳ ସମୁଦାୟ ୧୭ ଜଣଙ୍କୁ ଉଦ୍ଧାର କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଏସିରେ ସର୍ଟ ସର୍କିଟ୍ ହେତୁ ଉକ୍ତ ଅଗ୍ନିକାଣ୍ଡ ଘଟିଛି। ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ଆହତମାନେ ହୋଲି ସ୍ପିରିଟ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ମୁମ୍ବାଇରେ ପୁଣି ଅଗ୍ନିକାଣ୍ଡ: ୪ ମୃତ, ୫ ଆହତ
/sambad/media/post_attachments/wp-content/uploads/2017/10/shop-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)