ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳରେ ପୁଣି ଗୁଳି ଫୁଟିଲା

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଜଫରାବାଦ୍‌ରେ ଆଜି ଏକ ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳ ନିକଟରେ ପୁଣି ଗୁଳି ଫୁଟିଛି। ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳ ନିକଟରେ ୨ ରାଉଣ୍ଡ୍‌ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ପୁଲିସ କହୁଛି, ସିଏଏ ବିରୋଧୀ ଆନ୍ଦୋଳନକୁ ବିରୋଧ କରି ନୁହେଁ, ବ୍ୟକ୍ତିଗତ ଶତ୍ରୁତାରୁ ଗୁଳି ଫୁଟିଛି। ଡିସିପି ‌ବେଦ ପ୍ରକାଶ ସୂର୍ଯ୍ୟ କହିଛନ୍ତି, ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଜାମିଆ ମିଲିଆ ଏବଂ ଶାହିନ ବାଗ୍‌ ନିକଟରେ ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳ ନିକଟରେ ଗୁଳି ଫୁଟିବାପରେ ଆଜି ଜଫରାବାଦ୍‌ରେ ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳ ନିକଟରେ ଗୁଳି ଫୁଟିଛି। ଆନ୍ଦୋଳନ ସ୍ଥଳଠାରୁ ୪୦୦ କିମି ଦୂରରେ ଗୁଳି ଚାଳନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର