ଜାମିଆ ବାହାରେ ପୁଣି ‘ଗୋଲି ମାରୋ’ ସ୍ଲୋଗାନ୍‌, ୪୦ ଅଟକ

ନୂଆଦିଲ୍ଲୀ, : ଦିଲ୍ଲୀର ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ବାହାରେ ଆଜି ପୁଣିଥରେ ବିଶୃଙ୍ଖଳା ସ୍ଥିତି ଉପୁଜିଛି। ଶତାଧିକ ଯୁବକ ଆଜି ଜାମିଆ ବିଶ୍ବବିଦ୍ୟାଳୟ ପରିସର ନିକଟକୁ ଆସି ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଦେଶ ବିରୋଧୀଙ୍କୁ ଗୁଳି କରିଦିଅ ବୋଲି ସ୍ଲୋଗାନ୍‌ ଦେଇ ଏହି ଯୁବକମାନେ ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଉତ୍ତେଜନା ସୃଷ୍ଟି କରିଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ଥିବା ପୁଲିସ ବିଶୃଙ୍ଖଳ ଜନତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ତେବେ କିଛି ଯୁବକ ପୁଲିସର କଥାକୁ କର୍ଣ୍ଣପାତ ନକରିବାରୁ ପ୍ରାୟ ୪୦ ଜଣଙ୍କୁ ଅଟକ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଗତ ୨ ଦିନ ତଳେ ଜାମିଆ‌ ବିଶ୍ବବିଦ୍ୟାଳୟ ବାହାରେ ୨ ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ୨ ରାଉଣ୍ଡ ଗୁଳିଚାଳନା କରିଥିଲେ। ଏହା ପୂର୍ବରୁ ଗତ ଶନିବାର ଦିନ ଶାହିନ ବାଗ୍‌ରେ ମଧ୍ୟ ଜଣେ ବ୍ୟକ୍ତି ଗୁଳି ଚାଳନା କରିଥିଲେ।

ସମ୍ବନ୍ଧିତ ଖବର