ଘୋଡ଼ା ବେପାର ଦର ବଢ଼ିଲା: ଗେହଲଟ୍‌

ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ବାଚସ୍ପତି

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଅଗଷ୍ଟ ୧୪ ତାରିଖରେ ବିଧାନସଭା ଅଧିବେଶନ ଡକା ହେବାପରେ ବଡ଼ ଧରଣର ଘୋଡ଼ା ବେପାର ଆଶଙ୍କା କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି। ପୂର୍ବରୁ ବିଧାୟକଙ୍କୁ କିଣିବା ପାଇଁ ପ୍ରଥମ କିସ୍ତି ୧୦ କୋଟି ଥିଲା ଏବଂ ଦ୍ବିତୀୟଟି ୧୫ କୋଟି ଥିଲା। କିନ୍ତୁ ଏବେ ଏହା ଅସୀମ। ତେବେ କିଏ ଘୋଡ଼ା ବେପାରରେ ସମ୍ପୃକ୍ତ ତାହା ସମସ୍ତେ ଜାଣିଛନ୍ତି ବୋଲି ଗେହଲଟ୍‌ କହିଛନ୍ତି।

ଦଳର ସମସ୍ତ ଅସନ୍ତୁଷ୍ଟ ବିଧାୟକ ବିଧାନସଭା ଅଧିବେଶନରେ ଯୋଗ ଦେବାକୁ ଗେହଲଟ ଆହ୍ବାନ ଦେଇଛନ୍ତି। ଜୁଲାଇ ୧୩ରୁ ଗେହଲଟ୍‌ଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ହେଟେଲ୍‌ ଫେୟାରମଣ୍ଟ୍‌ରେ ରହିଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନ ବାଚସ୍ପତି ଯୋଶୀ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ଜୁଲାଇ ୨୪ ତାରିଖ ଦିନ ହାଇକୋର୍ଟ‌୍ ଦେଇଥିବା ରାୟକୁ ଚ୍ୟାଲେଂଜ କରି ବାଚସ୍ପତି ପୁଣି ସୁପ୍ରିମକୋର୍ଟ‌୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାଚସ୍ପତି କହିଛନ୍ତି, ହୋଇକୋର୍ଟ‌୍ ତାଙ୍କ ‘ଲକ୍ଷ୍ମଣ ରେଖା’ ମଧ୍ୟରେ ରୁହନ୍ତୁ। ଗୃହକାର୍ଯ୍ୟରେ ହାଇକୋର୍ଟ ହସ୍ତକ୍ଷେପ ନକରିବା ଉଚିତ। ପୂର୍ବରୁ ମଧ୍ୟ ବାଚସ୍ପତି ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର