ପୁଣି ତେଜିଲା ସିବିଆଇ ବିବାଦ

ନୂଆଦିଲ୍ଲୀ: ସିବିଆଇରେ ଲାଗିଥିବା ବିବାଦ ଥମିବାର ନାମ ନେଉନାହିଁ। ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଯିବା ପରେ ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ବର ରାଓ ଜାରି କରିଥିବା ବଦଳି ଆଦେଶକୁ ନେଇ ଏବେ ବିବାଦ ଦେଖାଦେଇଛି। ଡିଏସ୍‌ପି ଅଶ୍ବିନୀ ଗୁପ୍ତା ଏବଂ ଡିଏସ୍‌ପି ଏ କେ ବସ୍ସି ତାଙ୍କ ବଦଳି ଆଦେଶ ବିରୋଧରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ପୂର୍ବରୁ ବର୍ମାଙ୍କ ତଦନ୍ତ ଟିମ୍‌ରେ ଥିବା ଏହି ଦୁଇ ଅଫିସର କହିଛନ୍ତି ଯେ ଅନ୍ତରୀଣ ନିର୍ଦ୍ଦେଶକ ଆଇନଗତ ଦିଗକୁ ଅଣଦେଖା କରି ସେମାନଙ୍କ ବଦଳି କରିଛନ୍ତି।

ସମ୍ବନ୍ଧିତ ଖବର