ପୁଣି ବିବାଦରେ କଙ୍ଗନା: ଭାରତକୁ ଜିହାଦୀ ରାଷ୍ଟ୍ର ସହ ତୁଳନା କଲେ

ଏକଛତ୍ରବାଦ ହିଁ ଏକମାତ୍ର ସମାଧାନ ବୋଲି କହିଲେ

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସଂପୂର୍ଣ୍ଣ ଅନୁଚିତ ଏବଂ ଦେଶ ସ୍ବାର୍ଥରେ ନୁହେଁ ବୋଲି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ କହିଛନ୍ତି। କୃଷି ଆଇନ ଉଚ୍ଛେଦ ଘୋଷଣା ପରେ କଙ୍ଗନା ତୀବ୍ର ଅସନ୍ତୋଷ ପ୍ରକାଶ କରି ଇନଷ୍ଟାଗ୍ରାମରେ ନିଜ ମତ ରଖିଛନ୍ତି।

ଜଣେ ବ୍ୟକ୍ତିଙ୍କ ଟ୍ବିଟ୍‌କୁ ସେୟାର କରି କଙ୍ଗନା ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ, ଲଜ୍ଜାଜନକ ଏବଂ ଅନ୍ୟାୟ। ଯଦି ସରକାର ଆଇନ ପ୍ରଣୟନ କରିପାରିବେନି ଏବଂ ରାସ୍ତାରେ ଲୋକମାନେ ଆଇନ ଲାଗୁ କରିବା ଆରମ୍ଭ କରିଦେବେ ତେବେ ତ ଏହା ଜିହାଦୀ ରାଷ୍ଟ୍ର ଭଳି ହେବ । ଏମିତି ‌ହେଉ ବୋଲି ଯେଉଁମାନେ ଚାହିଛନ୍ତି ସେମାନଙ୍କୁ ଶୁ‌ଭେଚ୍ଛା। ଅନ୍ୟ ଏକ ପୋଷ୍ଟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ପୋଷ୍ଟ୍‌ କରି କହିଛନ୍ତି, ‘ଯେତେବେଳେ ଦେଶର ବିବେକ ଗାଢ଼ ନିଦ୍ରା‌ରେ ଶୋଇରହିବ ସେଠି ଲାଠିମାଡ଼ ଏବଂ ଏକଛତ୍ରବାଦ ହିଁ ଏକମାତ୍ର ସମାଧାନ।’

ସମ୍ବନ୍ଧିତ ଖବର