ସିମଲା: ହିମାଚଳପ୍ରଦେଶରେ ପୁଣି ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବଲୀଳା । ଗତ କିଛି ଦିନ ତଳେ ବର୍ଷା, ବନ୍ୟାରେ ବେହାଲ ହୋଇଥିବା ହିମାଚଳ ପ୍ରଦେଶରେ ପୁଣି ଦେଖିବାକୁ ମିଳିଛି ନାହିଁ ନଥିବା ଦୁଃଖ । ପ୍ରକୃତିର କୋପ ପୁଣି ପଡିବା ପରେ ଏବେ ହିମାଚଳରେ ହାହାକାର ପରିସ୍ଥିତି । ମୌସୁମୀ ଜନିତ ଲଗାତାର ବର୍ଷାରେ ପୁଣି ଥରେ ସ୍ଥିତି ସଙ୍ଗୀନ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ପଳରେ ଜନଜୀବନ ପୁଣି ଥରେ ପ୍ରଭାବିତ ହୋଇଛି । ଚଂମ୍ବା ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ଘର ଭୁଶୁଡି ଝିଅ-ଜ୍ବାଇଁଙ୍କ ମୃତ୍ୟୁ ହୋଇଛି । ମଣ୍ଡି ଏବଂ କୁ୍ଲ୍ଲୁର ଅବସ୍ଥା ସଙ୍ଗୀନ ଥିବା ସୂଚନା ମିଳିଛି । ପୂର୍ବଥର ବି ମଣ୍ଡିର ଅବସ୍ଥା ସାଙ୍ଘାତିକ ଥିଲା । ବର୍ଷା, ବନ୍ୟାରେ ବେହାଲ ହୋଇଥିଲା ମଣ୍ଡି ।
ତେବେ ଗତକାଲି ସୁଦ୍ଧା ହୋଇଥିବା ବର୍ଷା ଫଳରେ ହିମାଚଳରେ ଏଯାଏଁ ୧୪୨ଟି ରାସ୍ତା ବନ୍ଦ ହୋଇଛି । ସେହିପରି କେବଳ ମଣ୍ଡିରେ ୯୧ଟି ସଡକ ବର୍ଷା ଏବଂ ଭୂସ୍କଳନ ପାଇଁ ବନ୍ଦ ହୋଇଯାଇଛି , କୁଲ୍ଲୁରେ ୩୩ଟି ରାସ୍ତାର ଅବସ୍ଥା ସାଙ୍ଘାତିକ । ପ୍ରକୃତିର ତାଣ୍ଡବରେ ଜଳ ଯୋଗାଣ ଏବଂ ବିଜୁଳି ସେବା ସମ୍ପୂର୍ଣ୍ଣ ରୂପେ ବ୍ୟାଘାତ ଘଟିଛି । ମଣ୍ଡିରେ ଏକ ପେଟ୍ରୋଲ ପମ୍ପରେ ମାଟି ଧସି ପଡିଛି । ତେବେ ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶ ଯାଉଥିବା ଯାତ୍ରୀଙ୍କୁ ବୁଲି ନଯିବାକୁ ପରାମର୍ଶ ଜାରି କରାଯାଇଛି । ସ୍ଥିତି ଭଲ ନଥିବାରୁ ଯାତ୍ରା ନକରିବାକୁ କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/21/new-project-6-2025-07-21-13-34-41.jpg)