କୋଲକାତା: କ୍ରିକେଟରେ ପୁଣି ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଛି। ଏହା ବିଶ୍ବକପ ବିଜେତା‌ ଖେଳାଳି ପୂର୍ବତନ କ୍ରିକେଟଙ୍କ ବିରୋଧରେ ଆଣିଛନ୍ତି।
ଏହି ମାମଲା ପଶ୍ଚିମବଙ୍ଗ ପ୍ରଥମ ଶ୍ରେଣୀ ଲିଗରେ ସାମ୍ନାକୁ ଆସିଛି। ଗତ ବୁଧବାର ଟାଉନ କ୍ଲବ୍ ଏବଂ ‌ମହମ୍ମଡାନ ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ମ୍ୟାଚକୁ ଟାଉନ କ୍ଲବ୍ ଜିତିଥିଲା। ତେବେ ମ୍ୟାଚରେ ଗୋଟିଏ ଦିନ ପରେ ମ୍ୟାଚ ଫିକ୍ସିଂ ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ୨୦୦୮ ଅଣ୍ଡର ୧୯ ବିଶ୍ବକପ ବିଜେତା ଭାରତୀୟ ଟିମର ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ଶ୍ରୀବତ୍ସ ଗୋସ୍ବାମୀ ଏହି ଅଭିଯୋଗ ଆଣିଛନ୍ତି। ସେ ଏକ ଭିଡ଼ିଓ ଶେୟାର କରି ମ୍ୟାଚ ଫିକ୍ସିଂ ‌ ହୋଇଥିବା କହିଛନ୍ତି।

Advertisment

ଶ୍ରୀବତ୍ସ କହିଛନ୍ତି କୋଲକାତା କ୍ଲବ କ୍ରିକେଟ କ୍ଷେତ୍ରରେ ଏକ ଖ୍ୟାତିସମ୍ପନ୍ନ ନାମ। ଏହି ମ୍ୟାଚରେ ଦୁଇ ବଡ଼ ବଡ଼ ଟିମ୍ ଯାହା କରିଛନ୍ତି ତାହା କ୍ରିକେଟ ପାଇଁ ଅତ୍ୟନ୍ତ ନିନ୍ଦାଜନକ। ଏଭଳି କ୍ରିକେଟ ନ ଖେଳିବା ଉଚିତ। ଏହା ଦ୍ବାରା ଖେଳର ଗାରିମା ନଷ୍ଟ ହେବ।
ମ୍ୟାଚରେ ମହମ୍ମଡାନ ସ୍ଫୋର୍ଟିଂର ବ୍ୟାଟ୍ସମ୍ୟାନ ଜାଣିଶୁଣି ଆଉଟ ହୋଇଛନ୍ତି। ଟାଉନ କ୍ଲବକୁ ପଏଣ୍ଟ ‌ ଦେବା ପାଇଁ ସେ ନିଜ ୱିକେଟ ହରାଇଛନ୍ତି। ଯାହା ଭିଡ଼ିଓରୁ ସ୍ପଷ୍ଟ ଜଣା ପଡୁଛି। ବୋଲରଙ୍କ ବଲକୁ ବ୍ୟାଟ୍ସମ୍ୟାନ ଛାଡି ଦେଇଥିଲେ। ଯାହା ସିଧା ୱିକେଟରେ ବାଜିଥିଲା। ଫଳରେ ବ୍ୟାଟ୍ସମ୍ୟାନ ବୋଲ୍ଡ ହୋଇଥିଲେ। ବ୍ୟାଟ୍ସମ୍ୟାନ ଜାଣଶୁଣି ଏଭଳି କରିଛନ୍ତି।
ଏବେ ଏହି ଭିଡ଼ିଓକୁ ନେଇ ୟୁଜର ନାନା ପ୍ରକାର ମନ୍ତବ୍ୟ ଦେବାରେ ଲାଗିଛନ୍ତି।