ନୂଆଦିଲ୍ଲୀ: ଟାଇମ୍‌ସ ନାଓ ଏବଂ ଭିଏମ୍‌ଆର୍‌ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାଯାଇଛି ଯେ ପୁଣି ଥରେ ନରେନ୍ଦ୍ର ମୋଦୀ କ୍ଷମତାକୁ ଫେରିବେ। ଏହି ସର୍ଭେରେ କୁହାଯାଇଛି ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏକୁ ୫୪୩ଟି ଆସନ ମଧ୍ୟରୁ ୨୮୩ଟି ଆସନ ମିଳିବ। ଅପରପକ୍ଷରେ ୟୁପିଏକୁ ମାତ୍ର ୧୩୫ଟି ଲୋକସଭା ଆସନ ମିଳିବ। ଏହି ସର୍ଭେରେ କୁହାଯାଇଛି ଯେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି ପୂର୍ବାପେକ୍ଷା କମ୍‌ ଆସନରେ ବିଜୟୀ ହେବ। ତେବେ ପଶ୍ଚିମବଙ୍ଗ, ଉତ୍ତର ପୂର୍ବ ରାଜ୍ୟ ତଥା ହିନ୍ଦୀ ଭାଷାଭାଷୀ ରାଜ୍ୟଗୁଡିକରେ ଭାରତୀୟ ଜନତା ପାର୍ଟିକୁ ଅଧିକ ଆସନ ମିଳିବ।

Advertisment

publive-image                                                                photo-indiatoday.in

ଏହି ସର୍ଭେର ରିପୋର୍ଟ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଏନଡିଏକୁ ଉତ୍ତର ପ୍ରଦେଶରେ ମାତ୍ର ୪୨ ଟି ଆସନ ମିଳିବ। ଅପର ପକ୍ଷରେ ସପା-ବସପା ମେଣ୍ଟକୁ ୩୬ ଓ କଂଗ୍ରେସକୁ ୨ଟି ଆସନ ମିଳିବାର ପୂର୍ବାନୁମାନ କରାଯାଇଛି। ତେବେ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ୨୦୧୯ରେ ମଧ୍ୟ ୭ଟି ଯାକ ଲୋକସଭା ଆସନରୁ ବିଜୟ ଲାଭ କରିବ ବୋଲି ଏଥିରେ କୁହାଯାଉଛି।