ବେଜିଂ: ଉହାନ୍ରେ ପୁଣି ଜଣେ ଡାକ୍ତରଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି। ୨୯ ବର୍ଷୀୟ ଯୁବ ଡାକ୍ତର ପେଙ୍ଗ୍ ଜିନୁଆ କରୋନାରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବାପାଇଁ ତାଙ୍କ ବିବାହ ସ୍ଥଗିତ ରଖିଥିଲେ। କିନ୍ତୁ ଭାଇରସ୍ରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଛି। ପେଙ୍ଗ୍ଙ୍କ ମୃତ୍ୟୁ ସହ ଉହାନ୍ରେ ସମୁଦାୟ ୯ ଜଣ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପେଙ୍ଗ୍ ଉହାନ୍ର ଜିଆଙ୍ଗ୍ଜିଆ ଜିଲ୍ଲାର ଫାଷ୍ଟ୍ ପିପୁଲ ହସ୍ପିଟାଲ୍ରେ କରୋନା ପାଇଁ ଚିକିତ୍ସା କରୁଥିଲେ। ତେବେ ଚିକିତ୍ସା ସମୟରେ ସେ ଭାଇରସ୍ ଆକ୍ରାନ୍ତ ହୋଇଥିଲେ। ଜାନୁଆରି ୨୫ରେ ସେ ଭାଇରସ୍ ଆକ୍ରାନ୍ତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଏବଂ ଜାନୁଆରି ୩୦ରେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଆଙ୍ଗ୍ଜିଆ ଫାଷ୍ଟ୍ ହସ୍ପିଟାଲ୍ର ଜଣେ ଫ୍ରଣ୍ଟ୍ଲାଇନ୍ ଡାକ୍ତର ହେଉଛନ୍ତି ପେଙ୍ଗ୍। ଡାକ୍ତରମାନେ ତାଙ୍କୁ ବଞ୍ଚାଇବାପାଇଁ ସମସ୍ତ ଉଦ୍ୟମ କରିବା ସତ୍ତ୍ବେ ତାଙ୍କର ମୃତ୍ୟୁ ହୋଇଯାଇଛି।
ପୁଣି ଜଣେ ଉହାନ୍ ଡାକ୍ତରଙ୍କ ମୃତ୍ୟୁ, ଚିକିତ୍ସା ପାଇଁ ବିବାହ ସ୍ଥଗିତ ରଖିଥିଲେ
/sambad/media/post_attachments/wp-content/uploads/2020/02/corona-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)