ନୂଆଦିଲ୍ଲୀ: ଫ୍ରାନ୍ସ ସହ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ କିଛି ଲୁଚାଉଛନ୍ତି ଏବଂ ସେ ସିଧାସଳଖ ଏଥିରେ ସଂପୃକ୍ତ ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ରାଫେଲ ନିର୍ମାଣ ଦାୟିତ୍ବ ନଦେଇ ରିଲାଏନ୍ସ ଡିଫେନ୍ସକୁ କାହିଁକି ଦିଆଗଲା, ସେହି ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ଏବଂ ସେ ଅନେକ କିଛି ଲୁଚାଉଛନ୍ତି ବୋଲି ଶର୍ମା କହିଛନ୍ତି। ରାଫେଲ ଠିକା ହାଲ୍କୁ ଦିଆନଯିବା ନିଷ୍ପତ୍ତି କେବଳ ମୋଦୀଙ୍କର ହିଁ ଥିଲା ବୋଲି ସେ କହିଛନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ହାଲ୍ କର୍ମଚାରୀଙ୍କୁ ଉଦ୍୍ବୋଧନ ଦେଇ କହିଥିଲେ ଯେ ହାଲ୍କୁ ଜାଣିଶୁଣି ଦୁର୍ବଳ କରାଯାଇଛି ଏବଂ ଘରୋଇ କମ୍ପାନିକୁ ଫାଇଦା ଦେବାପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଅପମାନିତ କରିଛନ୍ତି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ କଂଗ୍ରେସ ରାଫେଲ ପ୍ରସଙ୍ଗକୁ ଚର୍ଚ୍ଚାରେ ରଖିବାକୁ ଲଗାତାର ପ୍ରୟାସ ଜାରି ରଖିଛି। ନିକଟରେ ରାହୁଲ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତିନିଦିନିଆ ଫ୍ରାନ୍ସ ଗସ୍ତ ଉପରେ ଅଙ୍ଗୁଳି ଉଠାଇବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲେ। ଅନ୍ୟପକ୍ଷରେ ସରକାର ଏହି ଚୁକ୍ତିରେ କାଏମ ଅଛନ୍ତି ଏବଂ ଦେଶର ସୁରକ୍ଷା ଦୃଷ୍ଟିରୁ କୌଣସି ସ୍ଥିତିରେ ବି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି।
ରାଫେଲ ଚୁକ୍ତି ବିବାଦ, ପ୍ରଧାନମନ୍ତ୍ରୀ ବହୁତ କିଛି ଲୁଚାଉଛନ୍ତି: କଂଗ୍ରେସ
/sambad/media/post_attachments/wp-content/uploads/2018/10/rafale-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)