ବାଗଦାଦ: ବାଗଦାଦର ଉତ୍ତରାଞ୍ଚଳରେ ଅବସ୍ଥିତ ଆମେରିକାର ବାୟୁସେନା ଶିବିର ଉପରେ ଆଜି ଇରାନ୍ ପୁଣି ଆକ୍ରମଣ କରିଛି। ଏହି ଶିବିରକୁ ଟାର୍ଗେଟ୍ କରି ୮ଟି ରକେଟ୍ ଛଡ଼ା ଯାଇଥିଲା ଏବଂ ଏଥିରେ ୪ ଜଣ ଇରାକୀ ସୈନିକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ ଜଣ ଅଫିସର୍ ଥିବା ଇରାକ ସ୍ପଷ୍ଟ କରିଛି। ଏଫ୍-୧୬ ଯୁଦ୍ଧ ବିମାନ ରହୁଥିବା ଅଲ୍ ବଲାଦ୍ ଏୟାର ବେସ୍କୁ ଇରାନ୍ ଟାର୍ଗେଟ୍ କରିଥିଲା। ରକେଟ୍ ମାଡ଼ ସମୟରେ ଏହି ଶିବିରରେ ୧୫ ଜଣ ଆମେରିକୀୟ ସୈନ୍ୟ ଥିଲେ। ତେବେ କୌଣସି ଆମେିକୀୟ ସୈନ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିନାହିଁ। ଜାନୁଆରି ୩ ତାରିଖରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ଇରାନ୍ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ନିହତ ହେବା ପରେ ଇରାନ୍ ପ୍ରତିଶୋଧ ପରାୟଣ ହୋଇ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି। ଗତ ୭ ତାରିଖ ଦିନ ବାଗଦାଦରେ ଅବସ୍ଥିତ ଆମେରିକାର ବାୟୁସେନା ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ଇରାନ୍ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆଜି ପୁଣି ଆକ୍ରମଣ ପରେ ଆମେରିକା ଅଧିକ ସତର୍କତା ଅବଲମ୍ବନ କରିଛି।
ଆମେରିକା ଏୟାର୍ ବେସ୍ରେ ପୁଣି ରକେଟ୍ ମାଡ଼ କରିଛି ଇରାନ୍
/sambad/media/post_attachments/wp-content/uploads/2020/01/Iraq.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)