ଆମେରିକା ଏୟାର୍‌ ବେସ୍‌ରେ ପୁଣି ରକେଟ୍‌ ମାଡ଼ କରିଛି ଇରାନ୍‌

ବାଗଦାଦ: ବାଗଦାଦର ଉତ୍ତରାଞ୍ଚଳରେ ଅବସ୍ଥିତ ଆମେରିକାର ବାୟୁସେନା ଶିବିର ଉପରେ ଆଜି ଇରାନ୍‌ ପୁଣି ଆକ୍ରମଣ କରିଛି। ଏହି ଶିବିରକୁ ଟାର୍ଗେଟ୍‌ କରି ୮ଟି ରକେଟ୍‌ ଛଡ଼ା ଯାଇଥିଲା ଏବଂ ଏଥିରେ ୪ ଜଣ ଇରାକୀ ସୈନିକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୨ ଜଣ ଅଫିସର୍‌ ଥିବା ଇରାକ ସ୍ପଷ୍ଟ କରିଛି। ଏଫ୍‌-୧୬ ଯୁଦ୍ଧ ବିମାନ ରହୁଥିବା ଅଲ୍‌ ବଲାଦ୍‌ ଏୟାର ବେସ୍‌କୁ ଇରାନ୍‌ ଟାର୍ଗେଟ୍‌ କରିଥିଲା। ରକେଟ୍‌ ମାଡ଼ ସମୟରେ ଏହି ଶିବିରରେ ୧୫ ଜଣ ଆମେରିକୀୟ ସୈନ୍ୟ ଥିଲେ। ତେବେ କୌଣସି ଆମେିକୀୟ ସୈନ୍ୟ ଏଥିରେ ମୃତାହତ ହୋଇଥିବା ଖବର ମିଳିନାହିଁ। ଜାନୁଆରି ୩ ତାରିଖରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ନିହତ ହେବା ପରେ ଇରାନ୍‌ ପ୍ରତିଶୋଧ ପରାୟଣ ହୋଇ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି। ଗତ ୭ ତାରିଖ ଦିନ ବାଗଦାଦରେ ଅବସ୍ଥିତ ଆମେରିକାର ବାୟୁସେନା ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି ଇରାନ୍‌ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆଜି ପୁଣି ଆକ୍ରମଣ ପରେ ଆମେରିକା ଅଧିକ ସତର୍କତା ଅବଲମ୍ବନ କରିଛି।

ସମ୍ବନ୍ଧିତ ଖବର