ପାଟନା : ବିହାରର ସୁପାଲ୍ ଜିଲ୍ଲାେର ଅସଦାଚରଣର ଶିକାର ହୋଇଥିବା ୩୪ ଛାତ୍ରୀଙ୍କୁ ସଂଘବଦ୍ଧ ଅାକ୍ରମଣ ଘଟଣା ପରେ ଏବେ ଏହାର ପଡ଼ୋଶୀ ଜିଲ୍ଲା ସହର୍ସରେ ମଧ୍ୟ ଏକ ସମାନ ଘଟଣା ଘଟିଛି। ସହର୍ସ ଥାନା ଅଧୀନସ୍ଥ ଏକପଧାହ ଗ୍ରାମରେ ପାଖାପାଖି ୩୬ ଜଣ ଛାତ୍ରୀ ଅସଦାଚରଣର ଶିକାର ହେବାପରେ ଏବେ ସ୍କୁଲ୍ ଯିବା ବନ୍ଦ କରିଦେଇଛନ୍ତି। ଗ୍ରାମରେ ଉଚ୍ଚ ବିଦ୍ୟାଳୟ ନାହିଁ। ପିଲାମାନେ ପଢ଼ିବା ପାଇଁ ଗ୍ରାମଠାରୁ ୭ କିମି ଦୂର ଏକ ଉଚ୍ଚ ବିଦ୍ୟାଳୟକୁ ଯାଉଥିଲେ। କିନ୍ତୁ ବାଟରେ ସେମାନଙ୍କୁ କିଛି ଦୁର୍ବୃତ୍ତ ବାରମ୍ବାର ହଇରାଣ ଏବଂ ଅସଦାଚରଣ କରୁଥିଲେ। ସମସ୍ତ ଛାତ୍ରୀ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହାୟତା ଲୋଡ଼ିଛନ୍ତି।
ବିହାରରେ ପୁଣି ଅସଦାଚରଣ :ସ୍କୁଲ୍ ଛାଡ଼ିଲେ ୩୬ ଛାତ୍ରୀ
/sambad/media/post_attachments/wp-content/uploads/2018/10/girl-molestation.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)