ଚେନ୍ନାଇ: ତାମିଲନାଡ଼ୁର ତୁତିକୋରିନ୍ରେ ବେଦାନ୍ତର ଷ୍ଟେରଲାଇଟ୍ କପର୍ ପ୍ଲାଣ୍ଟ୍କୁ ବନ୍ଦ କରିବାପାଇଁ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଏନ୍ଜିଟି (ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍)। ପ୍ରଶାସନ ୩ ସପ୍ତାହ ମଧ୍ୟରେ ଏ ବାବଦରେ ନୂଆ ଆଦେଶ କାର୍ଯ୍ୟକାରୀ କରିବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ୩ ବର୍ଷ ମଧ୍ୟରେ ଶହେ କୋଟି ଟଙ୍କା ବେଦାନ୍ତ ଖର୍ଚ୍ଚ କରିବାକୁ ଏନ୍ଜିଟି ରାୟ ଦେଇଛନ୍ତି। ତୁତିକୋରିନ୍ ପ୍ଲାଣ୍ଟ୍ ଯୋଗୁଁ ଏହି ଅଞ୍ଚଳରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି ହେଉଥିବା ଏବଂ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ସଙ୍କଟ ବଢ଼ୁଥିବାରୁ ବିରୋଧ ଜାରି ରହିଛି। କିଛି ମାସ ତଳେ ପ୍ଲାଣ୍ଟ୍ ବିରୋଧୀ ବିକ୍ଷୋଭ ବେଳେ ପୁଲିସ-ଜନତା ମୁହାଁମୁହିଁ ହୋଇଥିଲେ ଏବଂ ପୁଲିସ ଗୁଳିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସରକାର ଏହି ପ୍ଲାଣ୍ଟ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଏନ୍ଜିଟି ରାୟ ପରେ ସରକାର ଏ ବାବଦରେ ଜରୁରୀ ସମୀକ୍ଷା କରିଛନ୍ତି ଏବଂ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାପଡ଼ିଛି। ଏନ୍ଜିଟି ରାୟକୁ ନେଇ ତୁତିକୋରିନ୍ ଅଞ୍ଚଳରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ପରିବେଶ ସଂକ୍ରାନ୍ତ ସୁରକ୍ଷା ନିୟମ ପାଳନ କରିବାରେ ବେଦାନ୍ତ ବିଫଳ ହୋଇଥିବାରୁ ବେଦାନ୍ତକୁ ୨.୫ କୋଟି ଟଙ୍କା ଜମା କରିବାକୁ ଏନ୍ଜିଟି ରାୟରେ କୁହାଯାଇଛି।
ତୁତିକୋରିନ୍ରେ ପୁଣି ଖୋଲିବ ଷ୍ଟେର୍ଲାଇଟ୍ ପ୍ଲାଣ୍ଟ୍
/sambad/media/post_attachments/wp-content/uploads/2018/12/2018-06-18T024245Z_1_LYNXMPEE5H02N_RTROPTP_4_VEDANTA-SMELTER.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)