ସ୍କୁଲରେ ପୁଣି ଜଣେ ଛାତ୍ରଙ୍କୁ ହତ୍ୟା

ବେଙ୍ଗାଲୁରୁ:କର୍ଣ୍ଣାଟକର କୋଡ଼ାଗୁ ଜିଲ୍ଲା ସୈନିକ ସ୍କୁଲରେ ଶନିବାର ସନ୍ଧ୍ୟାରେ ପାଇଖାନା ମଧ୍ୟରୁ ଜଣେ ନବମ ଶ୍ରେଣୀ ଛାତ୍ର ଚିଙ୍ଗପ୍ପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଛାତ୍ରଙ୍କ ମୃତ୍ୟୁ ପରେ ସ୍କୁଲ ସମ୍ମୁଖରେ ଉତ୍ତ୍ୟକ୍ତ ଲୋକେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ଛାତ୍ରଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।

ସମ୍ବନ୍ଧିତ ଖବର