ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣରେ ୫ଜଣ ଭାରତୀୟ ଯବାନ୍ ସହିଦ୍ ହେବା ପରେ ବିରୋଧୀଦଳ କେନ୍ଦ୍ର ସରକାରଙ୍କ ଆତଙ୍କବାଦୀ ଦମନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ତମାମ୍ କେନ୍ଦ୍ର ମନ୍ତ୍ରୀଙ୍କର ଏହି ଘଟଣା ଉପରେ ରହିଥିବା ବୟାନ୍ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ର ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି।
ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ଏହା ଆତଙ୍କବାଦୀମାନଙ୍କ ଭୀରୁତାର ପରିଚୟ ଏବଂ ଯବାନମାନଙ୍କ ତ୍ୟାଗର ଫଳ କେବେ ବୃଥା ଯିବନି ବୋଲି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ହଂସରାଜ ଅହିର ମଧ୍ୟ ପାକିସ୍ତାନକୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି। ପାକିସ୍ତାନ ନିଜର ପ୍ରବୃତ୍ତି ନବଦଳାଇବା ଯାଏଁ ଦୁଇ ଦେଶ ମଧ୍ୟରେ କୌଣସି କ୍ରୀଡ଼ା ମଧ୍ୟ କରାଯିବନି ବୋଲି ସେ କହିଛନ୍ତି। ପାକିସ୍ତାନର ବାରମ୍ବାର ଯୁଦ୍ଧବିରତି ଉଲ୍ଲଂଘନ ଓ ଭାରତ ସୀମାରେ ପଶି ସେନାଙ୍କ ଉପରେ ଆକ୍ରମଣ ଘଟଣାର ପ୍ରତିଶୋଧ ନିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି।
ସେପଟେ ପୂର୍ବତନ ସେନାଧିକାରୀ ମେଜର ଜେନେରାଲ ଏନ୍.ସି.ବଧାନୀ କହିଛନ୍ତି ଯେ ନିୟନ୍ତ୍ରଣ ସୀମା ରେଖା ଓ କଶ୍ମୀରରେ ସବୁବେଳେ ଶାନ୍ତି ସ୍ଥାପନ ପାଇଁ ଭାରତ ପ୍ରୟାସ ଜାରି ରଖିଛି। ତେବେ ପାକିସ୍ତାନ ତାହାର ଚରମପନ୍ଥୀ ଚିନ୍ତାଧାରାର ସୀମା ଉଲ୍ଲଂଘନ କଲା ବେଳେ ଭାରତ ମଧ୍ୟ କଡ଼ା ଜବାବ୍ ଦେଇଛି। ବର୍ଷର ଶେଷ ଦିନରେ ପାକିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପର ଫଳାଫଳ ପାକିସ୍ତାନକୁ ହିଁ ଭୋଗିବାକୁ ପଡ଼ିବ ବୋଲି ସେ ଚେତବାବନୀ ଦେଇଛନ୍ତି। ସେହିପରି ପାକିସ୍ତାନର ଏଭଳି ଆଭିମୁଖ୍ୟକୁ କେବଳ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଜବାବୀ କାର୍ଯ୍ୟାନୁଷ୍ଠାନ ହିଁ ବଦଳାଇପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ରଖିଛନ୍ତି। ଫଳରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକର ସମ୍ଭାବ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୮ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉରି ସେକ୍ଟର ଆକ୍ରମଣ ପରେ ଭାରତ ସରକାର ସେପ୍ଟେମ୍ବର ୨୯ରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ ଯେଉଁଥିରେ ପ୍ରାୟ ୪୦ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।
ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍!
/sambad/media/post_attachments/wp-content/uploads/2018/01/army-surgical-strike-pak-occupied-border.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)