ଆମେଥି: ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ନିର୍ବାଚନୀ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି। ଚୀନ ସରକାର ଦିନକୁ ୫୦ହଜାର ଲୋକଙ୍କୁ ଚାକିରି ଦେଉଥିବା ବେଳେ ନରେନ୍ଦ୍ର ମୋଦି ସରକାର ମାତ୍ର ୪୫୦ଜଣଙ୍କୁ ଚାକିରି ଦେଇ ପାରିଛନ୍ତି। କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିବାକୁ ଯାଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଗୁରୁବାର ଏହା କହିଛନ୍ତି।

Advertisment

ଉତ୍ତରପ୍ରଦେଶର ଆମେଥି ଗସ୍ତର ୨ୟ ଦିନରେ ରାହୁଲ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ୟୁପିଏ ସରକାର ଦ୍ୱାରା କରାଯାଇଥିବା ଭଲ କାମଗୁଡ଼ିକୁ ନେଇ ବିଜେପି ସରକାର ଫାଇଦା ଉଠାଉଛି। ଏହି ଅବସରରେ ରାହୁଲ ୟୁପିଏ ସରକାର ଦ୍ୱାରା ସଫଳ କାମଗୁଡ଼ିକ ଉପରେ ଆଲୋଚନା କରିଥିଲେ। ରାହୁଲ କହିଥିଲେ, ୟୁପିଏ ସରକାରଙ୍କ କାଳରେ ଛଅ ଥାକିଆ ଜାତୀୟ ରାଜପଥ, ୨୦୦ ବେଡ଼ ଯୁକ୍ତ ହସ୍ପିଟାଲ, ଫୁରସତଗଞ୍ଜରେ ରାଜୀବ ଗାନ୍ଧି ଜାତୀୟ ବିମାନଚାଳନା ବିଶ୍ୱବିଦ୍ୟାଳୟ ଓ ଜଗଦୀଶପୁରରେ ସେଲ୍‌(ଷ୍ଟିଲ ଅଥରଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌) ଭଳି ବଡ଼ ପ୍ରକଳ୍ପ ହାତକୁ ନିଆଯାଇଥିଲା।

ଏନ୍‌ଡିଏ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ କଂଗ୍ରେସ ଉପାଧ୍ୟକ୍ଷ କହିଥିଲେ ଦେଶରେ ବେରୋଜଗାରୀ ସଂଖ୍ୟା ବଢୁଛି। ଏହ ଦେଶ ପାଇଁ ବଡ଼ ସମସ୍ୟା। ଆମର ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହା ସ୍ୱୀକାର କରିଛନ୍ତି ଓ ଏ ଦିଗରେ ସେ କାମ କରୁଛନ୍ତି।