ଅଗସ୍ତା ୱେଷ୍ଟଲାଣ୍ଡ ମାମଲା: ‘ହାଡ଼ ପାଇବାକୁ ଥିବା କୁକୁର’କୁ ଖୋଜୁଛି ସିବିଆଇ

ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲାଣ୍ଟ ହେଲିକପ୍ଟର ଦୁର୍ନୀତି ମାମଲାରେ ସିବିଆଇଏବେ ‘ହାଡ଼ ପାଇବାକୁ ଥିବା କୁକୁର’କୁ ଖୋଜୁଛି। ହେଲିକପ୍ଟର ଚୁକ୍ତିର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍‌ ମିସେଲ୍‌ଙ୍କ ଡାଏରିରୁ ଏହି କୋଡ୍‌ ଶବ୍ଦ ଠାବ କରିବା ପରେ ସିବିଆଇ ପକ୍ଷରୁ ଏବେ ତନାଘନା ଚାଲିଛି। ଅନ୍ୟତମ ମଧ୍ୟସ୍ଥି ଗାଇଡୋ ହେସ୍‌କେ ଏବଂ ଅନ୍ୟ କିଛି ଲୋକଙ୍କ ସହ କଥା ହେବା ସମୟରେ କୁକୁର ଓ ହାଡ଼ ଶବ୍ଦ ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସିବିଆଇ ଅଗସ୍ତା ୱେଷ୍ଟଲାଣ୍ଡର ବରିଷ୍ଠ ଅଧିକାରୀ, ମିସେଲ୍‌, ହେସ୍‌କେ ଏବଂ କାର୍ଲୋ ଗେରୋସାଙ୍କ ମଧ୍ୟରେ ୨୦୦ରେ ହୋଇଥିବା କଥୋପକଥନର ଭାବାର୍ଥ ରୂପାନ୍ତରଣ କରିବା ଲାଗି ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର