ନିଟ୍ ୟୁଜି: ସମସ୍ତଙ୍କ ପାଇଁ ଉପର ବୟସ ସୀମା ଉଠିଲା

ନୂଆଦିଲ୍ଲୀ : ଆଗରୁ ଅଣ୍ଡରଗ୍ରାଜୁଏଟ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ନିଟ୍-ୟୁଜି ପାଇଁ ଉପର ବୟସ ସୀମା ସାଧାରଣ ପ୍ରାର୍ଥୀଙ୍କ ଲାଗି ୨୫ ବର୍ଷ ଓ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ଲାଗି ୩୦ ବର୍ଷ ଥିଲା। ବର୍ତ୍ତମାନ ସବୁ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏହି ଉପର ବୟସ ସୀମାକୁ ଉଠାଇ ଦିଆଯାଇଛି। ନ୍ୟାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି) ବୁଧବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଏନ୍‌ଏମ୍‌ସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି କମିସନ୍‌ର ସଚିବ ଡ. ପୁଲକେଶ କୁମାର କହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ବିଟ୍ କରି କହିଛନ୍ତି ଯେ, ଏନ୍‌ଏମ୍‌ସିର ଏହି ନିଷ୍ପତ୍ତି ଯୋଗୁ ଅନେକ ଡାକ୍ତରି ଆଶାୟୀ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଦେଶରେ ଡାକ୍ତରୀ ଶିକ୍ଷା ବି ସୁଦୃଢ଼ ହେବ।

ସମ୍ବନ୍ଧିତ ଖବର